ଲୁହାକାନୀ ୟୁଥ୍ କ୍ଲବ୍ ଏବଂ ଆମ ଓଡ଼ିଶା ମିଳିତ ଆନୁକୁଲ୍ୟରେ ୨୨ ୟୁନିଟ ରକ୍ତ ସଂଗ୍ରହ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ‘କରୋନା’ର କରାଳ ରୁପ ଦେଖି ସମସ୍ତେ ଭୟଭୀତ । ସତର୍କତାର ସହ ସମସ୍ତେ ଜୀବନ କାଟୁଛନ୍ତି । ଏହାର ପ୍ରଭାବ ପଡିଛି ଖୁବ୍ ଡାକ୍ତରଖାନାର ରକ୍ତ ଭଣ୍ଡାରରେ । ସବୁଆଡେ ରକ୍ତ ସଂକଟ । ଏହାର ସାମୟିକ ସମାଧାନ ପାଇଁ ମୟୂରଭଂଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନି ପଞ୍ଚାୟତର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ୟୁଥ୍ କ୍ଳବ୍, ଲୁହାକାନୀ ଏବଂ ଆମ ଓଡ଼ିଶା ପରିବାର ମିଳିତ ହୋଇ ପାଦେ ଆଗେଇ ଆସି ରବିବାର ଦିନ ପଞ୍ଚାଯତ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମଆୟୋଜନ କରାଯାଇଥିଲା ।ଏହି ମହତ କାର୍ଯ୍ୟ କ୍ରମରେ ରାଜ୍ୟ ସଭା ସାଂସଦ ମୟୂରଭଂଜ ଜିଲ୍ଲାର ବିଶିଷ୍ଟ ନାରୀ ନେତ୍ରୀ ମମତା ମହାନ୍ତ,ସାର କଣା ଯୁବ ତେଜିଆନ ବିଧାୟକ ଡାକ୍ତର ବୂଢାନ ମୁର୍ମୁ,ଆମ ଓଡ଼ିଶା ଜିଲ୍ଲା ପ୍ରତିନିଧି ଅସିତ୍ ମହାପାତ୍ର ପ୍ରମୁଖ ପହଞ୍ଚି ଯୁବ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୨୨ୟୂନିଟ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମରେ ରାଇରଙ୍ଗପୁର ରକ୍ତଭଣ୍ଡାରର ଡାକ୍ତର ମାନସ ଶତପଥୀ,ଜଳେନ୍ଦ୍ର ନାଥ ରଣା, ଦେବବ୍ରତ ଗିରି, ଜୟନ୍ତ ମହାନ୍ତ,ରଜନୀ ଭରପୁରିଆ ପ୍ରମୁଖ ରକ୍ତ ସଂଗ୍ରହରେ ସମସ୍ତ ସହଯୋଗ କରି ସଫଳାୟନ କରିଥିଲେ ।ଲୁହାକାନି ୟୁଥ୍ କ୍ଲବ୍ ଏଭଳି କରୋନା ଭୟଙ୍କର ପରିସ୍ଥିତିରେ ରକ୍ତ ସଂଗ୍ରହ ସମାଜିକ କାର୍ଯ୍ୟକ୍ରମ ପାଇଁ ଆଗଭର ହୋଇଥିବାରୁ ଏବଂ ସଫଳ କରାଇଥିବାରୁ ଅଂଚଳବାସି ସାଧୁବାଦ ଜଣାଇଛନ୍ତି ।


