ଚିକିଟି ଚାନ୍ଦପୁର ରେ ଥର୍ମାଲ ସ୍କ୍ରିନିଂ ଟେଷ୍ଟ
ଚିକିଟି, (ଓ୍ବାଇଏନ୍ଏସ୍):ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ଆରମ୍ଭ ହୋଇଥିବା ପ୍ରତ୍ୟେକ ପରିବାର ସମସ୍ତ ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ ମେଗା ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ପ୍ରଥମ ଦିନରେ ଚିକିଟୀ ବ୍ଳକ୍ ଚାନ୍ଦପୁର ଗ୍ରାମ ପଞ୍ଚାୟତର ଡଭାର ଗ୍ରାମର ୱାର୍ଡ ନମ୍ବର ୧ ର ୬୮ ପରିବାରର ୧୫୮ ଜଣ ପୁରୁଷ ଓ ୧୭୨ ଜଣ ମହିଳାଙ୍କ ଥର୍ମାଲ ସ୍କ୍ରିନିଂ ପରୀକ୍ଷା କରାଯାଇଥିଲା। ସେଥିରେ ୨ ଜଣ ବ୍ୟକ୍ତିଙ୍କ ତାପମାତ୍ରା ୧୦୦ ଡିଗ୍ରୀ ଠାରୁ ସାମାନ୍ୟ ଅଧିକ ଥିବା ଜଣା ପଡିଥିଲା କିଛି ସମୟର ବ୍ୟବଧାନ ପରେ କମି ୯୭ ଡିଗ୍ରୀ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପିଇଓ ଜ୍ୟୋତି ଶୁକ୍ଳା, ଟିମ୍ ଲିଡର ପ୍ରଦୀପ ସେଠୀ, ଏ.ଏନ.ଏମ ଚିତ୍ରଲେଖା ଜେନା ଓ ପ୍ରଭାସିନୀ ବରାଳ,ଶିକ୍ଷକ ବସନ୍ତ କୁମାର ଜାନୀ, ଅଙ୍ଗନୱାଡ଼ି କର୍ମୀ ନମିତା ପାତ୍ର,ଆଶା କର୍ମୀ ଉଷାରାଣୀ ସେଠୀ ସମସ୍ତେ ପୂର୍ଣ୍ଣ ସହଯୋଗ କରିଥିଲେ।


