ମଦୁଆ ଯୁବକର ଉନ୍ମତ କାଣ୍ଡ,ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକେ

ବେଗୁନିଆପଡା :ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବରିଡ଼ା ଗ୍ରାମରେ ଜଣେ ମଦ୍ୟପର ଉତ୍ପାତରେ ନୟାନ୍ତ ହୋଇ ସ୍ଥାନୀୟ ଲୋକେ ସଂପୃକ୍ତ ମଦୁଆକୁ ପୋଲିସର ଜିମା ଦେଇଛନ୍ତି । ସୂଚନା ଅନୁସାରେ ବେଗୁନିଆପଡ଼ାର ବାହୁତୀ ଶତପଥୀ ମଦ୍ୟପାନ କରି ଶନିବାର ଏକ ମୋଟରସାଇକେଲ ଯୋଗେ ବେଗୁନିଆପଡ଼ାରୁ ଶ୍ବଶୁର ଘର ବରିଡ଼ାକୁ ଯାଉଥିଲା । ବେଗୁନିଆପଡ଼ା ଫାଣ୍ଡି ଛକରେ ମଂଗଳପୁର ଗ୍ରାମର ଜଣେ ବ୍ୟକ୍ତି ରାସ୍ତା କଡରେ ଛିଡା ହୋଇଥିବା ବେଳେ ବାହୁତୀ ଦ୍ରୁତ ଗତିରେ ଯାଇ ତାଙ୍କୁ ଧକ୍କା ଦେଇଥିଲା । ତେବେ ସ୍ଥାନୀୟ ଲୋକେ ବାଇକ୍ ଚାଳକକୁ ଅଟକାଇବା ବେଳକୁ ଖସି ପଳାଇବାକୁ ସମର୍ଥ ହୋଇଥିଲା ସଂପୃକ୍ତ ବାଇକ୍ ଚାଳକ । ତାପରେ ବାହୁତୀ କେ ବରିଡ଼ା ନିଜ ଶଶୁର ଘରକୁ ଯାଇ ନିଜ ସ୍ତ୍ରୀ ଉପରେ ଦାଉ ସାଧିବାରେ ଲାଗିଥିଲା । ଏହି ଘଟଣା ଦେଖି ସାହି ପଡୋଶୀ ରୁଣ୍ଡ ହେବା ପରେ ସଂପୃକ୍ତ ମଦୁଆ ବାହୁତୀକୁ ସ୍ଥାନୀୟ ଲୋକେ ବାନ୍ଧି ରଖିଥିଲେ ଏବଂ ପରେ ବେଗୁନିଆପଡ଼ା ପୋଲିସ୍ ଗିରଫ କରି ଫାଣ୍ଡିକୁ ଆଣିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ