ଗଞ୍ଜାମ ସହର ବାଜ଼ାରର ରାସ୍ତା ପ୍ରଶସ୍ତ କରିବା ନାଁରେ ଜନସାଧାରଣଙ୍କ ଦୃଢ଼ ବିରୋଧୀ

ଗଞ୍ଜମ, (ଓ୍ବାଇଏନ୍ଏସ୍): ଗଞ୍ଜାମ ସହରର ବାଜ଼ାର ରାସ୍ତା ପ୍ରଶସ୍ତ ନାଁ ରେ ଦୋକାନ ଉଛେଦ , ଓ ଗଛକାଟିବା ନାଁ ରେ ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ସ୍ଥାନୀୟ ଜନସାଧାରଣ ଦୃଢ଼ ବିରୋଧ କରିଛନ୍ତି । ଏନେଇ ଆଜି ଏକ ପ୍ରତିନିଧି ଦଳ ପର୍ତ୍ତୃବିଭାଗ ମୁଖ୍ୟନିର୍ବାହୀ ଯନ୍ତ୍ରୀ ଓ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ପୃଥକ ପୃଥକ ଭାବେ ଭେଟି ଆଲୋଚନା କରିଛନ୍ତି । ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଉଛେଦ କାର୍ଯ୍ୟକ୍ରମ ସ୍ଥଗିତ ରଖାନଗଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି କାହିଁଚିଛନ୍ତି । ଆଲୋଚନାକାରୀ ମାନେ ଦର୍ଶାଇଛନ୍ତି ଯେ ଗଞ୍ଜାମ ସହରରେ ସୀମିତ ଜାଗାରେ ବାଜ଼ାର ରାସ୍ତା ରେ ଦୋକାନ ବଜାର ଥିବା ବେଳେ, ଭେଣ୍ଡିଙ୍ଗ ଜୁନ କରାନଯାଇ ରାସ୍ତା ପ୍ରଶସ୍ତ ନାମରେ ଦୋକାନ ଉଛେଦ ଓ କୁ ଆବାହନ କାଳରୁ ଥିବା ଗଛ କାଟିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଏପରିକି ସ୍ବାଧୀନତା ପୂର୍ବରୁ ତଥା ବ୍ରିଟିଶ ଶାସନ ସମୟରେ ଉକ୍ତ ରାସ୍ତାଟି ଜାତୀୟରାଜପଥ ଥିବା ବେଳେ ସେହିରାସ୍ତା ଉପରେ ଐତିହାସିକ ଦୋଳଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଦୋଳଯାତ୍ରା ସମୟରେ ସମସ୍ତ ସାହିର ଠାକୁର ମାନଙ୍କ ଉକ୍ତ ରାସ୍ତା ଉପରେ ମେଳଣ ହୋଉଥିବାରୁ ବ୍ରିଟିଶ ପ୍ରଶାସନ ରାଜପଥରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ , ଫଳରେ ପ୍ରାୟ ତିରିଶି ଘଣ୍ଟା ଧରି ଜାତୀୟରାଜପଥ ବନ୍ଦ ରହୁଥିଲା ।ସେହିପରି ଦୁଇହଜାର ମସିହାରେ ଜାତୀୟରାଜ ସମ୍ପ୍ରସାରଣ ଫଳରେଐତିହାସିକ ଦୋଳ ଯାତ୍ରା ରେ ବାଧା ହେବା ଦୃଷ୍ଟିରୁ ଲୋକଙ୍କ ପ୍ରବଳ ବିରୋଧୀ ଯୋଗୁ ପ୍ରଶାସନ ବାଧ୍ୟହୋଇ ଜାତୀୟରାଜ ପଥ ରାସ୍ତାକୁ ସ୍ଥାନାନ୍ତରଣ କରିଥିଲେ ପ୍ରଶାସନ । ଉକ୍ତ ରାସ୍ତାରେ ବେଶୀ ଯାନବାହନ ଯାତାୟାତ କରୁନଥିବାରୁ ରାସ୍ତା ପ୍ରସସ୍ତି କରଣ ଆବଶ୍ୟକତା ନଥିବା ଦର୍ଶାଇଛନ୍ତି । ବର୍ତ୍ତମାନ କିଛି ଅସାଧୁ ଠିକାଦାର ଓ ପ୍ରଶାସନିକ ଅଧିକାରୀ ନିଜର ସ୍ୱାର୍ଥ ପାଇଁ ଏପରି ପରିସ୍ଥିତି ସୃଷ୍ଟି କରୁଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଆଡ଼କୁ ଗତିକରୁଥିବା ଦେଖାଯାଇଛି ।ପ୍ରତିନିଧିଦଳରେ ବରିଷ୍ଠ ଆଇନଜୀବୀ ଦିଲ୍ଳୀପ କୁମାର ପଟ୍ଟନାୟକ, ବିଷ୍ଣୁ ଚରଣ ବେହେରା, ସାମ୍ବାଦିକ ବଟକୃଷ୍ଣ ରାଉଳ, ପୂର୍ବତନ କାଉନସିଲର ଦୁର୍ଗା ମାଧବ ପାଣିଗ୍ରାହୀ, ସରପଞ୍ଚ ସନ୍ତୋଷ କୁମାର ରେଡ୍ଡୀ,ଏବଂ ମନୋଜ ପ୍ରଧାନ, ପାପୀଗୌଡ଼, ଭାଗୀରଥୀ ନାୟକ, ପର୍ଶୁପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ