ଅକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ

ଛତ୍ରପୁର(ପ୍ରଶାନ୍ତ ମହାରଣା): ଓଡ଼ିଶା ଦୃଷ୍ଟିହୀନ ସେବା କେନ୍ଦ୍ର (ବ୍ରହ୍ମପୁର) ପକ୍ଷରୁ ପୁରୀ ବଡ଼ ଦାଣ୍ଡ ଠାରେ ଗତ ୪ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଦୃଷ୍ଟିହୀନ ପ୍ରତିଭା କଳାକାର ମାନଙ୍କୁ ନେଇ ମେଗା ଭଜନ ସମାରୋହ ପରିବେଷଣ ହୋଇଆସୁଛି ।
ଏହି ପରିପ୍ରେକ୍ଷୀରେ ବାହୁଡ଼ା ଯାତ୍ରା ଦିନ ଓଡ଼ିଶାର ୧୦ଜଣ ପ୍ରତିଭା ବ୍ୟକ୍ତିମାନଙ୍କୁ ପୁରସ୍କୃତ କରିବା ସହ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସାମାଜିକ ସୁରକ୍ଷା ଅଧିକାରୀ ସନ୍ୟାସ କୁମାର ବେହେରା ବ୍ରହ୍ମପୁର ଦୃଷ୍ଟିହୀନ ସେବା କେନ୍ଦ୍ରର ସମ୍ପାଦକ ଭବାନୀ ଶଙ୍କର ପାଢୀଙ୍କ ସମେତ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ ଭଜନ ସମାରୋହର କଳାକାର ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ ୧୦ଜଣ ଭିନ୍ନକ୍ଷମ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥି ମଧ୍ୟରୁ ଛତ୍ରପୁରର ଜଣେ ସୁନାମଧନ୍ୟ ବ୍ୟକ୍ତି ତଥା ଗଞ୍ଜାମ ଜିଲ୍ଲା ଶାରିରୀକ ଅକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ କେ. ଆନନ୍ଦ ରାଓ, ସଭାନେତ୍ରୀ ୱାଇ. ଲକ୍ଷ୍ମୀ, ଭିନ୍ନକ୍ଷମ ପ୍ରତିଭା ସରୋଜିନୀ ସେଠୀ, ଛତ୍ରପୁର ସମର୍ଥ ଅନୁଷ୍ଠାନର ସହକାରୀ ଶିକ୍ଷକ ଶଙ୍କର ମହାନ୍ତିଙ୍କ ସମେତ ରାଜ୍ୟର ୧୦ଜଣ ପ୍ରତିଭା ରହିଛନ୍ତି । ଏହି ପୁରସ୍କାର ପାଇବା ପରେ କେ. ଆନନ୍ଦ ରାଓଙ୍କୁ ରାଜ୍ୟ ଓ ଗଞ୍ଜାମ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଦୃଷ୍ଟିହୀନ ସେବା କେନ୍ଦ୍ରର ପରିଚାଳକ ତଥା ସମ୍ପାଦକ ଶ୍ରୀ ପାଢୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ