“ପାଇକ ଆଖାଡ଼ା’’କୁ ରାଜ୍ୟକ୍ରିଡ଼ାର ମାନ୍ୟତା ଦାବି : ପାଇକ ମହାସଂଘ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଦୀର୍ଘ ଦିନର ପ୍ରତୀକ୍ଷା ଓ ସଂଘର୍ଷ ପରେ କାନ୍ତକବିଙ୍କ “ବନ୍ଦେ ଉତ୍କଳ ଜନନୀ’’କୁ ରାଜ୍ୟ ସରକାର ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିବା ସମଗ୍ର ଓଡ଼ିଆଙ୍କ ପାଇଁ ଐତିହାସିକ ବିଜୟ ଦିବସ । ସ୍ୱତନ୍ତ୍ର ଓଡ଼ିଶାଗଠନ ପରେ ବାରମ୍ବାର ଏହାକୁ ରାଜ୍ୟ ସଂଗୀତର ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲା । ପରନ୍ତୁ ଏହା ଫଳବତୀ ହୋଇପାରୁନଥିଲା । କରୋନା ଆଣିଲା ଏକ ପରିବର୍ତ୍ତନର ବାର୍ତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ମାତୃବନ୍ଦନା ସନ୍ଧ୍ୟା ସମୟରେ ଗାନ କରି ମହାମାରୀ କରୋନା ଠାରୁ ମୁକ୍ତି ଏବଂ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ଭାରତ ବର୍ଷର ଶ୍ରେଷ୍ଠ ଓ ବିଶ୍ୱର ପ୍ରଥମ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କରିବାରେ ଦକ୍ଷ “ପ୍ରକୃତି ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାଢ଼େ ଚାରିକୋଟି ଓଡ଼ିଆ ବିଶ୍ୱର କୋଣ ଅନୁକୋଣରେ ଏହାକୁ ଗାନ କରି ମାତୃ ବନ୍ଦନାର ପରିଚୟ ପ୍ରଦାନ କରିଥିଲେ । ଶେଷରେ ଏହି ଅଭୁତପୂର୍ବ ସଫଳକୁ ରାଜ୍ୟ ସରକାର ଅନୁଧ୍ୟାନ କରି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କଲେ । ଏହି ଅବସରରେ ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି, ପାଇକ ମଉଡ଼ମଣୀ ଅଶୋକ କୁମାର ପାଲଟାସିଂହ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ସର୍ବ ପୁରାତନ ସମରକଳା “ପାଇକ ଆଖଡ଼ା’’କୁ ରାଜ୍ୟ ସରକାର ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବାକୁ ପାଇକ ମହାସଂଘ ଦାବି ଜଣାଇଛି । ପାଇକ ଆଖଡ଼ାକୁ ସଂସ୍କୃତି ବିଭାଗକୁ ଆଣି ପୁନରାୟ କ୍ରିଡ଼ା ବିଭାଗରେ ସାମିଲ କରିବାକୁ ମହାସଂଘ ଦାବି କରିଛି । ଏହି ମର୍ମରେ ପାଇକ ମହାସଂଘ ରାଜ୍ୟ ଉପଦେଷ୍ଟା ପ୍ରଫେସର ଗାୟନ ସାମଲ, ପାଇକ ବିଶାରଦ କେଦାର ଦାସ, ସ୍ତମ୍ଭକାର ବିଭୂତି ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ପାଇକ ମହାସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ଭୁବନେଶ୍ୱର ସଭାପତି ଅଜୟ ନାୟକ, ଢ଼େଙ୍କାନାଳ ସଭାପତି ନବ ସାମଲ, ପୁରୀ ଜିଲା ଗଡ଼ଦୋକନ୍ଦା ଦଳବେହେରା, ମନୋରଞ୍ଜନ ପଶ୍ଚିମା କବାଟ, ବାଣପୁର ପାଇକ ସର୍ଦ୍ଧାର ରଞ୍ଜନ ବିଳଆର ସିଂହ, ଜଗତସିଂହପୁର ସଭାପତି ବିଦ୍ୟାଧର ନାୟକ, ଅନୁଗୁଳ ସଭାପତି ରଞ୍ଜନ ବିଷୋୟୀ ପ୍ରମୁଖ ଅଭିନନ୍ଦନ ଜଣାଇବା ସହିତ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ