ପୁରାତନ ଛାତ୍ରଛାତ୍ରୀଙ୍କ ସଂଗଠନ

ବେଲଗୁଣ୍ଠା , (ଯୁଗାବ୍ଦ ନ୍ୟୁଜ) : କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଆସଭିଆନସ ଆଲୁମିନି ଗଠିତ ହୋଇଯାଇଛି । ଗୋରାଚାନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସ୍ଥିର ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂପାଦକ ଦିବ୍ୟଲୋଚନ ବିଶ୍ୱାଳ, ସହ ସଭାପତି ଏସ. ଆରତୀ ପାତ୍ର, ପ୍ରହଲ୍ଲାଦ ଲେଙ୍କା, ଶିଶିର କୁମାର ସ୍ୱାଇଁ , ସହସଂପାଦକ ସ୍ୱସ୍ତି ସୁନ୍ଦର ସିଓ, ମନୋରମା ମିଶ୍ର, ଏବଂ ଚିନ୍ମୟ ପଲାଇ , କୋଷାଧ୍ୟକ୍ଷ ରୁପେ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ମନୋନୀତ ହୋଇଥିଲେ । କାର୍ଯ୍ୟକାରୀଣୀ ସଭ୍ୟ ରୁପେ ରଶ୍ମିତା ନାୟକ, ସରୋଜ ଲକ୍ଷ୍ମୀ ଦାସ,ଯାଜ୍ଞସେନୀ ପ୍ରଧାନ, ମାଣିକ ବଳ, ସଂଜୟ କୁମାର ସାହୁ, ଗୋପାଳକୃଷ୍ଣ ସ୍ୱାଇଁ , ରମେଶ ଚନ୍ଦ୍ର ସାହୁ, ଏବଂ ଅଜୟ କୁମାର ସାହୁ ମନୋନୀତ ହୋଇଥିଲେ । ଏଥିରେ ଅଧ୍ୟକ୍ଷ ଅମୁଲ୍ୟ ଦାସ, ପ୍ରାଧ୍ୟାପକ ପ୍ରଦୀପ କୁମାର ତ୍ରୀପାଠୀ, ବି. ଗୋବିନ୍ଦ ରାଓ, ଗଙ୍ଗାଧର ଦାସ , ପ୍ରମୁଖ କାର୍ଯ୍ୟକ୍ରମକୁ ସହେଯାଗ କରିଥିଲେ ।