ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁର ସଗୋଲା ଦିବସ ପାଳିତ

ଭୁବନେଶ୍ୱର: (ଯୁଗାବ୍ଦ ନ୍ୟୁଜ)  – ସଂସ୍କୃତି ଓ ପରମ୍ପରାକୁ ସଦାସର୍ବଦା ବଜାୟ ରଖି ଆସିବା ସହ ଏହାକୁ ସବୁବେଳେ ପ୍ରାଥମିକତା ଦେଇଆସୁଥିବା ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ପବିତ୍ର ନୀଳାଦ୍ରିବିଜେ ଅବସରରେ ରସଗୋଲା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଶୈଳଶ୍ରୀବିହାର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥାରୁଢ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କ ବିଗ୍ରହ ସମ୍ମୁଖରେ ଯଥାରିତି ପୂଜାର୍ଚ୍ଚନା ସହ ରସଗୋଲା ସମର୍ପଣ କରାଯାଇ ଉପସ୍ଥିତ ଭକ୍ତ ତଥା ଜନସାଧାରଣମାନଙ୍କୁ ରସଗୋଲା ବ ନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ(ସିଲୁ), ସଭ୍ୟ ବଟକୃଷ୍ଣ ପଣ୍ଡା, ଶିଶିର କୁମାର ମହାରଣା, କୁମର ବାରିକ, ଗଦାଧର ପ୍ରସାଦ ରଥ, ଜଗନ୍ନାଥ ସେବା ଟ୍ରଷ୍ଟର କର୍ମକ ର୍ାବୃନ୍ଦ ତଥା ଭକ୍ତ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିବା ସହ ରସଗୋଲାକୁ ନେଇ ଉପୁଜିଥିବା ଦ୍ୱନ୍ଦକୁ ପରିସମାପ୍ତି କରି ରସଗୋଲା ଓଡିଶାର ବୋଲି ପ୍ରମାଣିତ କରିବା କ୍ଷେତ୍ରରେ ସରକାରଙ୍କ ତରଫରୁ ପୁନର୍ବାର ଉଦ୍ୟମ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ର୍ତ୍ୟେକ ବର୍ଷ ସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ଜଗନ୍ନାଥ ପ୍ରେମୀ ସଂଘକୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ