ପାଟକୁରା ବିଧାନସଭା ନିର୍ବାଚନ : ପଂଚାୟତରେ ବିଧାୟକ ଧ୍ରୁବ ସାହୁଙ୍କ ନିର୍ବାଚନୀ ପ୍ରଚାର
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ) – ଜିଲ୍ଲାର ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଶନିବାର ସେହି ନିର୍ବାଚନ ମଣ୍ଡଳିର ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ପଂଚାୟତର ପ୍ରତ୍ୟେକ ୱାର୍ଡରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ପାଟକୁରା ବିଧାୟିକା ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିବା ଦେଖାଯାଇଛି । ବିଧାୟକ ଶ୍ରୀ ସାହୁ ନହଙ୍ଗ ପଂଚାୟତର ପ୍ରତ୍ୟେକ ୱାର୍ଡର ଘରକୁ ଘର ବୁଲି ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ସହ ଆଗାମୀ ଦିନରେ ସେହି ସବୁ କାର୍ଯ୍ୟ ଗୁଡିକ ଜାରି ରହିବ ବୋଲି ବୁଝାଉଥିବାର ଦେଖିବାକୁ ମିଳିଛି । ବିଧାୟକ ଶ୍ରୀ ସାହୁଙ୍କ ସହିତ ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ସାହୁ,ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଦୁଷ୍ମନ୍ତ କୁମାର ମଲ୍ଲିକ,ନହଙ୍ଗ ପଂଚାୟତର ସରପଂଚ ଓ ସମିତିସଭ୍ୟ ପ୍ରମୁଖ ବହୁ ଦଳୀୟକର୍ମୀ ଏହି ପ୍ରଚାରରେ ସାମିଲ ହୋଇଥିଲେ ।


