ପାଟକୁରା ନିର୍ବାଚନ ପାଇଁ ସ୍ଥାନ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି 

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ) – ଚଳିତମାସ ୨୦ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ନିମନ୍ତେ ୪ପ୍ଲାଟୁନ କେନ୍ଦ୍ରୀୟ ପୋଲିସ ସୁରକ୍ଷା ବଳ କେନ୍ଦ୍ରାପଡା ଜିଲ୍ଲାକୁ ଆସୁଛନ୍ତି । ସେମାନଙ୍କ ରହିବା ପାଇଁ ଉପଯୁକ୍ତ ସ୍ଥାନର ଆବଶ୍ୟକତା ଦୃଷ୍ଟିରୁ ଶନିବାର ଜିଲ୍ଲାପାଳ ସମର୍ଥ ବର୍ମା,ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଏବଂ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ପ୍ରମୁଖ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ,ଛତାସ୍ଥିତ ସରକାରୀ ପଲିଟେକନିକ,ମାର୍ଶାଘାଇ ମହାବିଦ୍ୟାଳୟ ଏବଂ କୋରୁଆସ୍ଥିତ ଏମ.ଏନ.ମହାବିଦ୍ୟାଳୟକୁ ପରିଦର୍ଶନ କରିବା ସହ ସେଠାରେ ରହିବା ପାଇଁ ଆବଶ୍ୟକ ଅନୁଯାଇ ଗୃହ,ପିଇବା ପାଣି,ପାଇଖିନା,ବିଦ୍ୟୁତ ବ୍ୟବସ୍ଥା ଅଛିକି ନାହିଁ ବୁଲି ଦେଖିଛନ୍ତି । ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁଯାଇ ଏହି ୪ପ୍ଲାଟୁନ କେନ୍ଦ୍ରୀୟ ପୋଲିସ ସୁରକ୍ଷା ବଳ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୩ଟି ବ୍ଲକ ଅଂଚଳରେ ଅର୍ଥାତ ମାର୍ଶାଘାଇ,ଗରଦପୁର ଓ ଡେରାବିଶ ବ୍ଲକ ଅଂଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଗୋଟିଏକରି ରହିବା ସହ ଅନ୍ୟ ଗୋଟିଏ ପ୍ଲାଟୁନ କେନ୍ଦ୍ରାପଡା କଲେଜରେ ରଖାଯାଇଥିବା ଇଭିଏମ ଓ ଭିଭି ପାର୍ଟ ମେସିନକୁ ଜଗି ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ