ଗୋଟିଏ ଦିନରେ ବିଭିନ୍ନ କାରଣରୁ ୩ମୃତ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଆୟବା ଗ୍ରାମର କାମପାଳ ପରିଡା(୭୦)ଆଜି ସକାଳ ପ୍ରାୟ ୧୦ଟା ସମୟରେ ନିଜ ବିଲକୁ ଗାଇ ଚରାଇବାକୁ ଯାଇଥିବା ବେଳେ କୈାଣସି ବିଷଧର ଯନ୍ତୁ ତାଙ୍କୁ କାମୁଡି ଦେଇଥିଲା । ସେ ସଙ୍ଗେ ସଙ୍ଗେ ଘରକୁ ଚାଲିଆସିଥିଲେ । ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲେବି ପ୍ରାୟ ୨ଘଂଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଁଚିନଥିଲା । ବହୁ ଡେରିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚିଥିଲେ କାମପାଳ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ମାର୍ଶାଘାଇ କଳାଗଡରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଶ୍ରମିକ ଭାବେ କାମ କରୁଥିବା ମୟୁରଭଞ୍ଜ ଜିଲ୍ଲାର ଦିପକ କୁମାର ନାୟକ(୨୧) ନାମକ ଶ୍ରମିକ ପାଣିଟାଙ୍କି ଉପରକୁ ଚଢୁଥିବା ବେଳେ ଆଜି ସେଠାରୁ ତଳକୁ ଖସିପଡିଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟଏକ ଘଟଣାରେ ରାଜନଗର ଥାନା ଅନ୍ତର୍ଗତ ବ୍ରାହ୍ମଣୀ କୋହ୍ଲା ଗ୍ରାମର କାଙ୍ଗାଳି ପାଢିଙ୍କ ପୁଅ ଚନ୍ଦନ ପାଢି(୧୫)ଙ୍କର ପେଟ କାମୁଡୁଛି ବୋଲି ସେ କହିବାରେ ପ୍ରଥମେ ତାଙ୍କୁ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୀର୍ଘ ସମୟଧରି ଏହି ମୃତକ ମାନଙ୍କ ଶବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡିରହିଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ