ଅର୍ଥ କାରବାର ନେଇ ଗଣ୍ଡଗୋଳ, ଉଭୟ ପକ୍ଷଙ୍କ ଥାନାରେ ଅଭିଯୋଗ

ମୋହନା, (ଅଂଶୁମାନ ପଣ୍ଡା):ଗଜପତିି ଜିଲ୍ଳା ମୋହନା କୋର୍ଟ ନିକଟରେ ଥିବା ଜନସେବା କେନ୍ଦ୍ର ସମ୍ମୁଖରେ ଗଣ୍ଡଗୋଳ ଘଟଣାରେ ପୋଲିସ ଉଭୟ ଜନସେବା କେନ୍ଦ୍ର ମାଲିକ ଓ ତାଙ୍କ ଭାଇ ଓ ୨ ସାମ୍ବାଦିକଙ୍କ ନାମରେ ମାମଲା ରୁଜୁ ହେବା ସହ ଥାନାରୁ ଜାମିନରେ ଯାଇଛନ୍ତି । ସୁଚନା ଯୋଗ୍ୟ, ମୋହନା କୋର୍ଟ ନିକଟରେ ଥିବା ଜନସେବା କେନ୍ଦ୍ରରେ କୋଭିଡ-୧୯ର ନିୟମକୁ ଉଲଂଘନ ପାଇଁ ତହସିଲଦାର ସଂପୃକ୍ତ ମାଲିକଙ୍କୁ ୨ଶହ ଟଙ୍କା ଜରିମନା ପକାଇଥିଲେ । ଉକ୍ତ ସମୟରେ ସମ୍ବାଦିକ ପିଂଟୁ ପ୍ରଧାନ ଆସି ଫୋଟ ଉତୋଳନ କରିବା ସମୟରେ ସଂପୃକ୍ତ ଜନସେବା କେନ୍ଦ୍ରର ମାଲିକ ଯୋଗେନ୍ଦ୍ର ରଥ ତାହାକୁ ବିରୋଧ କରିବା ସହ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ସେତିକି ବେଳେ ଜନସେବା କେନ୍ଦ୍ରର ମାଲିକଙ୍କ ବଡ ଭାଇ ଜିତେନ୍ଦ୍ର ରଥ ଘଟଣା ବୁଝିବାକୁ ଯିବା ସମୟରେ ଅଶ୍ନିନି କୁମାର ପାତ୍ର ହଠାତ ଉକ୍ଷିପ୍ତ ହୋଇ ଓକିଲ ଜିତେନ୍ଦ୍ର ରଥଙ୍କୁ ଅଶ୍ଳୀଳ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏପରିକି ତୋତେ ଜିବନରେ ମାରିଦେବାକୁ ଧମକ ଦେଇଛନ୍ତି । ଓକିଲ ଜିତେନ୍ଦ୍ର ରଥଙ୍କ ଭାଇଯୋଗେନ୍ଦ୍ର ରଥ କୋର୍ଟ ସମ୍ମୁଖରେ ଜନସେବା କେନ୍ଦ୍ର ଖୋଲିଥିବା ବେଳେ କିଛି ମାସ ପୁର୍ବରୁ ତାଙ୍କୁ ଧମକ ଚମକ ଦୋବ ସହ ୧୦ ହଜାର ଟଙ୍କା ବଟି ମାଗିବା ସହ ୩ ହଜାର ଟଙ୍କା ନେଇଥିଲେ । ପୁଣି ଥରେ ଦୁଇ ଦିନ ପୁର୍ବରୁ ୨ ହଜାର ଟଙ୍କା ମାଗିଥିଲେ । କିନ୍ତୁ ଟଙ୍କା ନ ଦେବାରୁ ସାମ୍ବାଦିକ ପିଂଟୁ ପ୍ରଧାନ ଓ ଅଶ୍ୱିନି ପାତ୍ର ମିଶି ଜନସେବା କେନ୍ଦ୍ର ବନ୍ଦ କରିଦେବାକୁ ଧମକ ଦେଇଥିଲେ । ତେବେ ଉକ୍ତ ଘଟଣା ଦିନ ଉଭୟଙ୍କ ଓକିଲ ଜିତେନ୍ଦ୍ର ରଥ ଓ ତାଙ୍କ ଭାଇଙ୍କ ସହ ସାମ୍ବାଦିକଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ପରେ ସାମ୍ବାଦିକ ଦୁହେଁ ମିଶି ଓକିଲ ଜିତେନ୍ଦ୍ର ରଥ ଓ ତାଙ୍କ ଭାଇ ଯୋଗେନ୍ଦ୍ର ରଥଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିର୍ତି କରି ପୋଲିସ ଉଭୟଙ୍କୁ ଥାନାକୁ ଡାକି ପଚରା ଉଚରା କରିଥିଲେ । ଖବର ପାଇଁ ଓକିଲ ସଂଘର ଓକିଲମାନେ ଥାନାକୁ ଯାଇ ଉଭୟଙ୍କୁ ବୁଝା ମଣା କରିବାକୁ ଚେଷ୍ଠା କରିଥିଲେ । କିନ୍ତୁ ସେଥିରେ କୌଣସି ସୁଫଳ ନ ମିଳିବାରୁ ପୋଲିସ ଓକିଲ ଓ ତାଙ୍କ ଭାଇଙ୍କ ନାମରେ ମାମଲା ରୁଜୁ କରିଥିଲା । ତା ପରେ ଓକିଲ ଓ ତାଙ୍କ ଭାଇଙ୍କ ପକ୍ଷରୁ ପାଲଟା ସାମ୍ବାଦିକ ପିଂଟୁ ପ୍ରଧାନ ଓ ଅଶ୍ୱିନି ପାତ୍ରଙ୍କ ନାମରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଥିଲା ତେବେ ଉଭୟଙ୍କୁ ୪୧ ଧାରା ଅନୁଯାୟୀ ଥାନାରୁ ଜାମିନରେ ଯାଇଥିଲେ । ପ୍ରକାଶ ଥାଉକୁ, ଜନସେବା କେନ୍ଦ୍ରକୁ ଲାଗି ସାମ୍ବାଦିକ ଅଶ୍ୱିନି ପାତ୍ରଙ୍କର ଏକ କମ୍ପୁଟର ଦୋକାନ ରହିଛି, ତେବେ ବ୍ୟବସାୟୀ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଶତୃତା ରହିଥିବା ବେଳେ ଏଥିରେ ସାମ୍ବାଦିକ ମାନଙ୍କୁ ମୋହରା କରାଯାଇଥିବା ସାଧାରଣରେ ଚର୍ଚ୍ଚା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ