ରାଜ୍ୟରେ ଆଉ ୧୧୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପହଁଚିଛି । ଅପରପକ୍ଷରେ ୨୩୫୪ ଜଣ ସୁସ୍ଥ ହୋଇଥିବାବେଳେ ୧୧୩୧ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୧୦ ଜଣ କରୋନାରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ରୋଗରେ ପୀଡ଼ିତ ହୋଇ ୩ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।
ଗଞ୍ଜାମରେ ୬, ଯାଜପୁରରେ ୩, ଖୋର୍ଦ୍ଧାରେ ୮, କଟକରେ ୩, ବାଲେଶ୍ୱରରେ ୫, ଏନଡ଼ିଆରଏଫ-ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୨୧, ପୁରୀରେ ୧୫, ବଲାଙ୍ଗୀରରେ ୫, ସୁନ୍ଦରଗଡ଼ରେ ୪, ନୟାଗଡ଼ରେ ୪, ମୟୂରଭଞ୍ଜରେ ୭, ଗଜପତିରେ ୫, କେନ୍ଦୁଝରରେ ୫, ଦେବଗଡ଼ରେ ୨, ଅନୁଗୁଳରେ ୬, ବୌଦ୍ଧରେ ୩, ମାଲକାନାଗିରିରେ ୩, ସମ୍ବଲପୁରରେ ୫ ଓ ଝାରସୁଗୁଡ଼ାରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୦୭ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ