କିନ୍ନର ବାବୁଲା ଙ୍କ ଅକୁହା କାହାଣୀ

(ଯୁଗାବ୍ଦ ନ୍ୟୁଜ )ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ଆଜି ତୃତୀୟ ଲିଙ୍ଗ ମାନେ କେଉଁଠି ନା କେଉଁଠି ସମାଜର ଅବହେଳାର ଶିକାର ହେଉଛନ୍ତି ଭାରତ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ର ଭାବେ ସବୁ ଧର୍ମ ନିର୍ବିଶେଷରେ ସମସ୍ତଙ୍କ ବଞ୍ଚିବାର ଅଧିକାର ଅଛି । ଆମ ଭାରତୀୟ ସମ୍ବିଧାନ ଲିଙ୍ଗଗତ ନିର୍ବିଶେଷରେ ସମସ୍ତଙ୍କୁ ସମାନତା ଅଧିକାର ଦେଶରେ ଉଲ୍ଲେଖ ଅଛି । ସମସ୍ତେ ସମାନଭାବେ ଜୀବନଯାପନ କରିପାରିବେ । ଯେପରି ଭାବେ ଗୋଟିଏ ପୁରୁଷ ଓ ମହିଳାଙ୍କର ବଞ୍ଚିବାର ଅଧିକାର ଅଛି।  ସେହିଭଳି ଭାବରେ ଜଣେ କିନ୍ନରଙ୍କର ମଧ୍ୟ ବଞ୍ଚିବାର ଅଧିକାର ଅଛି । ଯେଉଁ ଭଳିଭାବେ ମଣିଷର ଚାଲିଚଳନରେ ପରିବର୍ତ୍ତନ ହେଉଛି ସେପରି ଭାବେ ଆମ ସମାଜରେ କିନ୍ନର ମାନଙ୍କର ଏକ ସ୍ଥାନ ଅଛି ବୋଲି ଉଣାଅଧିକେ ଲୋକମାନେ ବିବେଚନା କଲେଣି । କେମିତି ଜୀବନ ଯାପନ କରୁଛୁନ୍ତି କିନ୍ନରମାନେ ସମାଜ ରେ ତାଙ୍କୁ କେଉଁ ଦୃଷ୍ଟି ରେ ବିବେଚନା କରାଯାଉଛି । ଏହି ଭଳି ଭାବେ ଅନେକ ଅକୁହା ପ୍ରଶ୍ନ ର ଉତ୍ତର ରଖିଛନ୍ତି ଗଞ୍ଜାମ କିନ୍ନର ସଂଘର ସଭାପତି ବାବୁଲା କିନ୍ନର ।
-ଆପଣ କେମିତି ଜୀବନ ଯାପନ କରୁଛନ୍ତି
ମୁଁ ପେଶାରେ ଜଣେ ନୃତ୍ୟାଙ୍ଗନା । ମୋର ଗୋଟିଏ ନୃତ୍ୟ ଅନୁଷ୍ଠାନ ଅଛି । ସେଥିରେ ପାଖାପାଖା ୪୦ ରୁ ୫୦ ପିଲାଙ୍କୁ ନୃତ୍ୟ ଶିକ୍ଷା ଦେଉଛୁ । ଏବଂ ଏଇଠୁ ଶିଖି ଶିଶୁ ନୃତ୍ୟାଙ୍ଗନା ଜିଲ୍ଲା ଏବଂ ରାଜ୍ୟରେ ସ୍ତରରେ ବହୁତ ନାମ ଅର୍ଜନ କରିଛନ୍ତି । ସେଥିରୁ ଯାହାକିଛି ଟଙ୍କା ମିଳେ ସେଥିରୁ ମୁଁ ଚଳେ ।
-ଏହି ସଂଘ କେବେ ଆରମ୍ଭ ହୋଇଥିଲା
ଗଞ୍ଜାମ ଜିଲ୍ଲାର ଏହି ସଂଘ ୨୦୦୯ ରେ ଆରମ୍ଭ ହୋଇଥିଲା
– କି କି ଉନ୍ନତ ମୂଳକ କାମ କରୁଛନ୍ତି
ଏଚଆଇଭି ଏଡସ ବିଷୟରେ ଲୋକଙ୍କୁ ବୁଝାଇବା ଓ ଏହି ମାହାମାରୀ ରୋଗ ଠାରୁ ଲୋକ ମାନଙ୍କୁ ଦୂରେଇ ରଖିବା । ତାହା ସହିତ ଏଡସ ରୋଗୀମାନଙ୍କୁ ଚିହ୍ନଟ କରିବା ଏବଂ ତାହା ସହିତ ୨୦-୩୦ ଗରିବ ଝିଅ ମାନଙ୍କୁ ବିବାହ କରିଛି ଆମ ସଂଗଠନ । ଖରାଦିନେ ଜଳଛତ୍ର ଖୋଲିବା ଓ ଶୀତଦିନ ରେ ଗରିବ ଲୋକଙ୍କୁ କମ୍ବଳ ବାଣ୍ଟିବା , ପାଗଳ ଭିକାରୀ ମାନଙ୍କୁ ସାହାର୍ଯ୍ୟ କରିବା ।
-ସରକାରଙ୍କ ଠାରୁ ଆପଣ କଣ ସହାୟତା ପାଉଛନ୍ତି କି
ସରକାର ଙ୍କ ଠାରୁ ଆମେ କିଛି ସହାୟତା ପାଉନାହୁଁ । ଆମ ସମ୍ପ୍ରାଦାୟ ୨୦-୨୫ ଜଣଙ୍କୁ କେବଳ ରାସନ କାର୍ଡ ମିଳିଛିି । ସରକାରଙ୍କ ର ଅନେକ ଉନ୍ନତ ମୂଳକ ଯୋଜନାର ସୁଫଳ ଆମେ ପାଇପାରୁ ନାହୁଁ ।
-ସରକାର ଙ୍କ ନିକଟରେ କଣ ରହିବ ଆପଣମାନଙ୍କ ର ମୁର୍ବ୍ଦା
ସରକାର ଙ୍କ ନିକଟରେ ଆମର ଗୋଟିଏ ଡିମାଣ୍ଡ ରହିବ ଯେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ରେ ତୃତୀୟ ଲିଙ୍ଗ ବିଷୟରେ ପାଠ୍ୟକର୍ମ ରହୁ । ଏହା ରହିବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ଥିବା ଚିନ୍ତା ଧାରା ବଦଳିବ ।
– ଆଗରୁ କିଭଳି ପରିସ୍ଥିତି ଥିଲା ଆଉ ଏବେ କଣ ପରିବର୍ତ୍ତନ ଆସୁଛି କି
ହଁ ପରିବର୍ତ୍ତନ ଆସୁଛି । ଆମ ପ୍ରତି ଲୋକମାନଙ୍କ ର ମାନସିକତାରେ ଆସ୍ତେ ଆସ୍ତେ ପର୍ିବର୍ତ୍ତନ ଆସିଲାଣି । ଆମ ସମାଜର ଲୋକମାନେ ବାହାରକୁ ଆସିଲେଣି ଏବଂ ଅନେକ କ୍ଷେତ୍ର ରେ ସେମାନେ ପାରଦର୍ଶିତା ଦେଖେଇଲେଣି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ