ଏସବୁ ଅନ୍ୟଠାରୁ ଉଧାର ଆଣିବା, ଖାଇବା ମନା
ସାଧାରଣତଃ ଆମେ ନିତିଦିନିଆ ଜୀବନରେ ଆମେ ବନ୍ଧୁବାନ୍ଧବ, ପଡୋଶୀ ଏବଂ ସହକର୍ମୀଙ୍କଠାରୁ ବେଳେବେଳେ କିଛି ନା କିଛି ଉଧାର ନେଇଥାଉ । ତେବେ ଆଜି ଆମେ ଆପଣଙ୍କୁ ଏପରି ୯ଟି ଦ୍ରବ୍ୟ ବିଷୟରେ କହିବୁ, ଯାହା କେବେ ବି ଉଧାର ନେବେ ସ୍ପୃହଣୀୟ ନୁହେଁ । କାରଣ ଏହାକୁ ଉଧାରରେ ଆଣିବା ଦ୍ୱାରା ଆପଣଙ୍କର ଭଲ ହୋଇନଥାଏ ବୋଲି ବିଶ୍ୱାସ ରହିଛି ।
କ୍ଷୀର: ପ୍ରଥମତଃ ସୋମବାର ଦିନ ଆପଣ କେବେ ବି କାହାରିଠାରୁ କ୍ଷୀର ମାଗି ଆଣନ୍ତୁ ନାହିଁ । ଏପରି କଲେ ଆପଣଙ୍କର ଭଲ ଭାଗ୍ୟ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ମିଠା ଜାତୀୟ ଖାଦ୍ୟ: ଦ୍ୱିତୀୟତଃ ମଙ୍ଗଳବାର ଦିନ ଯିଏ ବି ଆପଣଙ୍କୁ ମିଠାଜାତୀୟ ଖାଦ୍ୟ ଖାଇବାକୁ ଦିଅନ୍ତି, ତେବେ ଆପଣ ତାହାକୁ ଖାଆନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଉକ୍ତ ବ୍ୟକ୍ତି ଜଣଙ୍କର ଖରାପ ପ୍ରଭାବ ପଡ଼ିଥାଏ ବୋଲି କୁହାଯାଇଥାଏ । ହେଲେ ଯଦି ଉକ୍ତ ବ୍ୟକ୍ତି ଜଣଙ୍କ ଆପଣଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାକୁ ଅତ୍ୟନ୍ତ ବାଧ୍ୟ କରନ୍ତି, ତେବେ ଆପଣ ସେଥିରୁ ଟିକିଏ ମିଠା ଆଣି ବାହାରେ ପକାଇକି ଖାଆନ୍ତୁ ।
ସବୁଜ ପନିପରିବା ଓ ଅଣ୍ଡା: ବୁଧବାର ଦିନ ଅନ୍ୟ ଦ୍ୱାରା ଦିଆଯାଇଥିବା ସବୁଜ ପନିପରିବା ଏବଂ ଅଣ୍ଡା ଖାଆନ୍ତୁ ନାହିଁ । ଏହା ବି ଆପଣଙ୍କ ଦୁର୍ଭାଗ୍ୟକୁ ଡାକି ଆଣିଥାଏ ବୋଲି ବିଶ୍ୱାସ ରହିଛି ।
ହଳଦିଆ ରଙ୍ଗର ଜିନିଷ: ଏଥିସହିତ ଗୁରୁବାର ଦିନ କାହା ଦ୍ୱାରା ଦିଆଯାଇଥିବା ହଳଦିଆ ରଙ୍ଗର ଜିନିଷକୁ ବ୍ୟବହାର କରନ୍ତୁ ନାହିଁ । ଯାହାକି ଅଶୁଭ ସଙ୍କେତ ହୋଇଥାଏ ।
ଫୁଲ, ରୁମାଲ ଓ ଅତର: ଆପଣ ଶୁକ୍ରବାର ଦିନ କାହା ଦ୍ୱାରା ଦିଆଯାଇଥିବା ଫୁଲ, ରୁମାଲ ଓ ଅତର ବ୍ୟବହାର କରନ୍ତୁ ନାହିଁ । ଏହା ଅଶୁଭ ଅଟେ ।
ଲୁହା ଜିନିଷ କିମ୍ବା କଳାରଙ୍ଗର କପଡ଼ା: ଶନିବାର ଦିନ ଆପଣ ଲୁହାରେ ପ୍ରସ୍ତୁତ କୌଣସି ବସ୍ତୁ କିମ୍ବା କଳା ରଙ୍ଗର କପଡା ବ୍ୟବହାର କରନ୍ତୁ ନାହିଁ । କାରଣ ଏପରି କରିବା ବ୍ୟକ୍ତି ଲାଗି ଖୁବ୍ ଅଶୁଭ ହୋଇଥାଏ ବୋଲି ବିଚାର କରାଯାଏ ।
ଅଜଗରଟି ଏକ କୁମ୍ଭୀରକୁ ଗିଳୁଥିବାର ଫଟୋ ମାର୍ଟିନ ମୁଲର ନାମକ ଜଣେ ବ୍ୟକ୍ତି ତାଙ୍କ କ୍ୟାମେରାରେ ଉଠାଇଛନ୍ତି । ଏହି ଜାତୀୟ ଅଜଗରର ମୁହଁ ଖତମ୍ବାରେ ପ୍ରସ୍ତୁତ ଜିନିଷ ଓ ଅଟାରେ ପ୍ରସ୍ତୁତ ଖାଦ୍ୟପଦାର୍ଥ : ରବିବାର ଦିନ ଆପଣ ତମ୍ବାରେ ପ୍ରସ୍ତୁତ ଜିନିଷ ଓ ଅଟାରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ କାହାଠାରୁ ଗ୍ରହଣ କରନ୍ତୁ ନାହିଁ ।
ଧଳା ରଙ୍ଗର ମିଠା: ଆପଣ କାହାରିଠୁ କେବେ ବି ଧଳା ରଙ୍ଗର ମିଠାକୁ ଖାଆନ୍ତୁ ନାହିଁ । ଆଉ ଯଦି ଆପଣଙ୍କ ଘରକୁ କେହି ବ୍ୟକ୍ତି ଧଳା ରଙ୍ଗର ମିଠା ନେଇକରି ଆସନ୍ତି ତେବେ ଆପଣ ତାହାକୁ ଖାଇବା ପୂର୍ବରୁ ସେଥିରୁ କିଛି ଅଂଶ ଘର ବାହାରେ ପକାଇ ଦିଅନ୍ତୁ ।
ଲେମ୍ବୁ : ଆପଣ କେବେ ବି କାହାଠାରୁ ଲେମ୍ବୁ ଉଦ୍ଧାରରେ ଆଣି ତାହାର ଉପଯୋଗ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ବୋଲି କଥିତ ରହିଛି ।


