ପୁୁରୁଷମାନେ ଜାଣିଶୁଣି ତିନୋଟି ପ୍ରଶ୍ନର ଉତ୍ତର ଭୁଲ ଦେଇଥାଆନ୍ତି
କୁହାଯାଏ ଝିଅମାନେ ପୁଅମାନଙ୍କ ଅପେକ୍ଷା ଅଧିକ ଲାଜକୁଳି ହୋଇଥାଆନ୍ତି । ବିବାହ କଥା ହେଉ ଅବା ପ୍ରେମ ସବୁ କଥାରେ ଝିଅମାନେ ଲାଜ କରିଥାଆନ୍ତି । କିନ୍ତୁ କିଛି ପୁଅମାନେ ମଧ୍ୟ ଏପରି ଅଛନ୍ତି ଯେଉଁମାନଙ୍କୁ କିଛି କଥାକୁ ନେଇ ଲାଜ ଲାଗିଥାଏ, କିନ୍ତୁ ସେମାନେ ଏ ବିଷୟରେ କାହାରିକୁ ଜଣାନ୍ତି ନାହିଁ । କିଛି କଥା ଏମିତି ରହିଛି ଯାହା ବିଷୟରେ ପଚରାଯିବା ପରେ ପୁଅମାନେ ଲାଜରେ ଲାଲ ପଡିଯାଆନ୍ତି । କିନ୍ତୁ ସେ ନିଜର ଏହି ଲାଜ କରିବା ଗୁଣକୁ କାହା ସାମ୍ନାରେ ପ୍ରକାଶ କରନ୍ତି ନାହିଁ । ଆସନ୍ତୁ ଜାଣିବା କେଉଁ ୩ଟି ପ୍ରଶ୍ନ ପୁରୁଷମାନଙ୍କୁ ସମସ୍ତଙ୍କ ସାମ୍ନାରେ ପଚରାଗଲେ ସେମାନେ ଲାଜ କରିବା ସହ ଉତ୍ତର ଭୁଲ ଦେଇଥାଆନ୍ତି ।
୧. କଥାରେ ଅଛି ପୁରୁଷମାନଙ୍କୁ କଷ୍ଟ ହୁଏ ନାହିଁ । କିନ୍ତୁ ପ୍ରକୃତ କଥା ହେଉଛି ପୁରୁଷମାନଙ୍କୁ ନାରୀମାନଙ୍କ ଭଳି କଷ୍ଟ ହୋଇଥାଏ । କିନ୍ତୁ ସେମାନେ ଏ ବିଷୟରେ କାହାକୁ ଜଣାନ୍ତି ନାହିଁ । ସମସ୍ତଙ୍କ ସାମ୍ନାରେ ନିଜକୁ ଶକ୍ତ ବୋଲି ଦେଖାନ୍ତି । ଯଦି ସେ ସମୟରେ ତାଙ୍କୁ କିଏ କଷ୍ଟ ଦେଉଛି କି ନାହିଁ ବୋଲି ପଚାରି ଦିଅନ୍ତି, ସେ ସମୟରେ ସେମାନେ କଷ୍ଟ ହେଉଥିଲେ ମଧ୍ୟ ମିଛ କହିଥାଆନ୍ତି ।
୨.ରୋଷେଇ କରିବାକୁ ନେଇ ସମାଜରେ ଏକ ଭୁଲ ଧାରଣା ରହିଛି କି ମହିଳାମାନେ ହିଁ କେବଳ ରୋଷେଇ କରିପାରିବେ । କିନ୍ତୁ ଆଜିକାଲି ପୁରୁଷମାନେ ମଧ୍ୟ ମହିଳାମାନଙ୍କ ଭଳି ରୋଷେଇ ଶିଖିବା ସହ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ବିବାହ ପରେ କିଛି ପୁରୁଷମାନେ ଘରେ ରୋଷେଇ କରୁଥିଲେ ମଧ୍ୟ ସାଙ୍ଗସାଥୀମାନଙ୍କ ସାମ୍ନାରେ ମିଛ କହିଥାଆନ୍ତି । ଘରେ ସିଏ ନୁହଁନ୍ତି, ବରଂ ତାଙ୍କ ସ୍ତ୍ରୀ ରୋଷେଇ କରନ୍ତି ବୋଲି ପୁରୁଷମାନେ ନିଜ ସାଙ୍ଗମାନଙ୍କୁ ମିଛ କହିଥାଆନ୍ତି ।
୩.କୁହାଯାଏ ମହିଳାମାନେ ଅଧିକ ସନ୍ଦେହୀ । ବିବାହ ପରେ ପୁରୁଷମାନେ କାହା ସହ ମିଶନ୍ତି ସେ ସବୁ ବିଷୟରେ ମହିଳାମାନେ ଖବର ରଖିଥାଆନ୍ତି । କିନ୍ତୁ ପ୍ରକୃତରେ ପୁରୁଷମାନେ ମଧ୍ୟ ସେଭଳି କାମ କରିଥାଆନ୍ତି । ଯଦି ତାଙ୍କ ସାଥୀ ଅନ୍ୟ କେଉଁ ପୁରୁଷର ପ୍ରଶଂସା ତାଙ୍କ ସାମ୍ନାରେ କରେ ସେମାନେ ଚିଡି ଯାଇଥାଆନ୍ତି । କିନ୍ତୁ ନିଜ ରାଗକୁ ସେ ଦେଖାନ୍ତି ନାହିଁ । ତାଙ୍କୁ କିଛି ଫରକ ପଡ଼େ ନାହିଁ ବୋଲି ସେମାନେ ମିଛ କହିଥାଆନ୍ତି ।


