ପାକିସ୍ତାନୀ କ୍ରିକେଟର୍‌ କରୋନା ଆକ୍ରାନ୍ତ

କରାଚୀ : ପାକିସ୍ତାନୀ କ୍ରିକେଟର ସାହିଦ୍‌ ଆଫ୍ରିଦି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନର ଏହି ୪୦ ବର୍ଷୀୟ କ୍ରିକେଟର ଶନିବାର ଦିନ କରୋନା ପଜିଟିଭ୍‌ ହୋଇଥିବା ନେଇ ଟ୍ବିଟ୍ କରିଛନ୍ତି । ଗୁରୁବାରଠାରୁ ଅସୁସ୍ଥ ଥିବା ଆଫ୍ରିଦିଙ୍କ ରିପୋର୍ଟ ଆଜି ପଜିଗିଭ୍‌ ଆସିଥିଲା । ଏହା ସହିତ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଫ୍ୟାନ୍‌ ମାନଙ୍କୁ ଅନୁରୋଧ କରିବା ସହିତ ଇନ୍‌ସା ଆଲ୍ଲା ବୋଲି ଟ୍ବିଟ୍‌ କରିଥିଲେ ଆଫ୍ରିଦି । ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଅନ୍ୟତମ ପାକିସ୍ତାନ ଖେଳାଳି ତୌଫିକ୍‌ ଉମର୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ