ଯୁବ ରେଡକ୍ରସ ସ୍ଵେଚ୍ଛାସେବୀଙ୍କ କରୋନା ସଚେତନତା କାର୍ଯ୍ୟକ୍ରମ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ଜୁନିୟର ମହାବିଦ୍ୟାଳୟ, ସଙ୍ଗରୋଧ କେନ୍ଦ୍ରରେ ଯୁବ ରେଡକ୍ରସ ସଂସ୍ଥାର ଯୁବ ପରାମର୍ଶଦାତା ଅଧ୍ୟାପକ ଲୋକନାଥ ମହାନ୍ତି ଓ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରେଡ୍ କ୍ରସ ପରାମର୍ଶଦାତା ହାତ ଧୋଇବାର ସାତୋଟି ପର୍ଯ୍ୟାୟ ପ୍ରଶିକ୍ଷଣ ମାଧ୍ୟମରେ ସାମାଜିକ ଦୂରତ୍ୱ ରକ୍ଷା କରି ଅନ୍ତେବାସୀ ମହିଳା ଓ ପୁରୁଷ ମାନଙ୍କୁ ଅଭ୍ୟାସ କରାଇଥିଲେ । ସଙ୍ଗରୋଧ ଦାୟିତ୍ଵରେ ଥିବା ଜୀବବିଜ୍ଞାନି ଡେମନଷ୍ଟ୍ରେଟର ସୁଶାନ୍ତ କୁମାର ପାତ୍ର କୋଭିଡ-୧୯ କଣ, ଏହା ଠାରୁ କିପରି ସତର୍କତା ରହିବା ସେ ସମ୍ପର୍କରେ ଅନ୍ତେବାସୀଙ୍କୁ ବୁଝାଇ ଥିଲେ । ଏହି ସମୟରେ କୋଭିଡ-୧୯ ର ସ୍ଵତନ୍ତ୍ର ଅଫିସର ବି.କେ ପ୍ରଧାନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନରେ ଆସି ସେ ମଧ୍ୟ ଅନ୍ତେବାସୀ ଙ୍କୁ କରୋନା ସମ୍ପର୍କରେ ଥିବା ସରକାରଙ୍କ ନୀତି ନିୟମ ଉପରେ ଅବଗତ କରାଇଥିଲେ । ସ୍ଵତନ୍ତ୍ର ଅଫିସର ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଓ ସ୍ଵେଚ୍ଛାସେବୀ ମାନଙ୍କୁ ଏହି ଭଳି ଜନ ସଚେତନତା କାର୍ଯ୍ୟକ୍ରମ କରୁଥିବାରୁ ଆଗକୁ ଏହି ଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହୁ କହି ଯୁବ ସ୍ଵେଚ୍ଛାସେବୀ ମାନଙ୍କୁ କରୋନା ଯୋଦ୍ଧା କହି ପ୍ରସଂଶା କରିଥିଲେ । ମହାବିଦ୍ୟାଳୟର ଡି.ଇ.ଓ ତଥା ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ସଭାପତି ସରୋଜ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଅନ୍ତେବାସୀଙ୍କୁ “କରୋନା କୁ କର ନାଁ” ନିଜେ ସଚେତନ ରୁହନ୍ତୁ ଅନ୍ୟକୁ ସଚେତନ କରାନ୍ତୁ ଓ “ରୋଗୀ କୁ ନୁହଁ ରୋଗକୁ ଘୃଣା କରନ୍ତୁ” ବୋଲି ବାର୍ତ୍ତା ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ଚନ୍ଦନ ବିଶ୍ଵାଳ, ନିରଞ୍ଜନ ଆରୁଖ, ନନ୍ଦନ ବିଶ୍ଵାଳ, ଅଶୋକ ବାରିକ, ଚନ୍ଦନ ପ୍ରଧାନ, ବିଶ୍ଵ ଭୂଷଣ ସାହୁ ଓ ଦୀପକ ସେଠି ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ