ସଙ୍ଗରୋଧ କେନ୍ଦ୍ରରେ ମହିଳା ମାନଙ୍କୁ ସରପଞ୍ଚଙ୍କ ରଜ ସଜ ସାମଗ୍ରୀ ପ୍ରଦାନ

ଗାଙ୍ଗପୁର/ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରିବାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତ ବର୍ତ୍ତମାନ ଚର୍ଚ୍ଚାର ଶୀର୍ଷରେ ରହିଛି I ଉନ୍ନତ ମାନର ଖାଦ୍ୟ ଯୋଗାଣ, ସାବିତ୍ରୀ ଭାର ପ୍ରଦାନ, ସଙ୍ଗରୋଧ କେନ୍ଦ୍ରରେ ବିଶ୍ଵ ପରିବେଶ ଦିବସ ପାଳନ ଭଳି କାର୍ଯ୍ୟକ୍ରମ ଦ୍ଵାରା ଜିଲ୍ଲାପାଳଙ୍କ ହୃଦୟ ଜିତି ପାରିଥିବା ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ଅନ୍ତେବାସୀମାନଙ୍କ ପାଇଁ ପୁଣି ଏକ ନିଆରା ପ୍ରୟାସ କରିଛନ୍ତି I ଚଳିତ ମାସ ୧୪ ତାରିଖରେ ପହିଲି ରଜ ପଡୁଥିବାରୁ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ସମସ୍ତ ମହିଳାଙ୍କୁ ସେ ରଜ ସଜ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଇଦେଇଛନ୍ତି I ପ୍ରତ୍ୟେକ ମହିଳାଙ୍କୁ ଅଳତା,ସିନ୍ଦୁର, ହଳଦି,କଜ୍ଜଳ , ଟିକିଲି, ସାମ୍ପୂ,ମେହେନ୍ଦି ଏବଂ ପାଉଡର ଯୋଗାଇ ଦେଇଛନ୍ତି I ମହିଳାମାନେ ଏହି ସବୁ ସାମଗ୍ରୀ ପାଇ ବେଶ୍ ଖୁସି ଥିବା ସହ ଏହି ଖୁସି ହିଁ ମୋ ପାଇଁ ଭଗବାନଙ୍କ ଆଶୀର୍ବାଦ ବୋଲି ସରପଞ୍ଚ ଶ୍ରୀ ଡାକୁଆ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ