ସାପ୍ତାହିକ ହାଟ ଓ ବିବାହ ଭୋଜିରେ ଏକାଠି ହେଲେ ଶହ ଶହ ଲୋକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ସାରା ବିଶ୍ୱରେ ମହାମାରୀ କରୋନା କାୟାବିସ୍ତାର କରିଛି l ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇବଢ଼ି ଚାଲିଥିବା ବେଳେ ବେଳେ ଓଡିଶା ତଥା କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି l କୋଭିଡ-୧୯ର ମୁକାବିଲା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ ଗୀତ ମାଧ୍ୟମରେ ସଚେତନତା ସତ୍ତ୍ୱେ ଏହାର କୌଣସି ପ୍ରଭାବ ପଡୁନି l ଗ୍ରାମାଞ୍ଚଳରେ ସଚେତନତା ଅଭାବରୁ ଲୋକେ କଟକଣାକୁ ନ ମାନି ପ୍ରତିଗ୍ରାମରେ ହେଉଥିବା ସାପ୍ତାହିକ ହାଟ ଓ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେଉଥିଲେ ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ l ବିବାହ ବ୍ରତ ଓ ଧାର୍ମିକ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରି ଅନୁନ୍ୟ କୋଡିଏ ଜଣ ଲୋକ ରହିବା ପାଇଁ ଅନୁମତି ଥିବା ସତ୍ୱେ ବାଲିଗୁଡା ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ହେଉଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ଶତାଧିକ ଜନ ସମାଗମ ଦେଖିବାକୁ ମିଳିଛି l ସେହିପରି ସାପ୍ତାହିକ ହାଟ ଓ ଦୋକାନ ବଜ଼ାର ଗୁଡିକରେ ବିନା ମାସ୍କରେ ସାମାଜିକ ଦୂରତ୍ୱକୁ ଭୁଲି ଓ ମହାମାରୀ କରୋନାକୁ ନଡରି ଆଇନକୁ ଭାଙ୍ଗି ଶହ ଶହ ଲୋକ ରୁଣ୍ଡ ହେଉଛନ୍ତି l ଏହି ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡାରେ l ବାଲିଗୁଡା ଥାନା ଅନ୍ତର୍ଗତ ପୋଇସରୁ ଗାଁରେ ଶନିବାର ଦିନ ଏକ ବିବାହ ଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଶହ ଶହ ଲୋକ ବିବାହ ଭୋଜିରେ ରୁଣ୍ଡ ହୋଇଥିବା ବେଳେ ନା ସେମାନେ ମାସ୍କ ପରିଧାନ କରିଥିଲେ ନା ଥିଲା ସାମାଜିକ ଦୂରତ୍ୱ, ଯାହା ଫଳରେ କାଳେ କରୋନା ସଂକ୍ରମିତ ବ୍ୟକ୍ତି ଭୋଜିରେ ଯୋଗ ଦେଇଥିଲେ ସଂକ୍ରମଣ ବଢିବ ବୋଲି ଆଶଙ୍କା କରୁଛନ୍ତି ଗ୍ରାମବାସୀ l ଏପରି କିଛି ଦିନ ତଳେ କୋଟଗଡ ଥାନା ଅନ୍ତର୍ଗତ ମାଦାଗୁଡା ପଂଚାୟତର ବୁଡ଼ାଗୁଡ଼ା ଗାଁରେ ମଧ୍ୟ ଅନୁରୂପ ଭାବେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଖୋଦ ସରପଞ୍ଚ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l କିନ୍ତୁ ଅଦ୍ୟାବଧି ସୁଦ୍ଧା ସରପଞ୍ଚଙ୍କ ବିରୋଧରେ କୌଣସି ଆଇନ ଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାପଡିଛି l ଏଥିପ୍ରତି ଜିଲ୍ଲା ତଥା ଉପଖଣ୍ଡ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ