ବସ୍ତି ଅଚଂଳର ପିଲାମାନଙ୍କୁ କୁପୋଷଣରୁ ରକ୍ଷା ନିମନ୍ତେ ସମୀକ୍ଷା ବୈଠକ

କେନ୍ଦ୍ରାପଡା(ଯୁଗାବ୍ଦ ନ୍ୟୁଜ୍) : କେନ୍ଦାପଡା ଜିଲ୍ଲାର ବିଭିନ୍ନ ବସ୍ତି ଅଚଂଳରେ ଥିବା ପିଲାମାନଙ୍କୁ କୁପୋଷଣରୁ ରକ୍ଷା କରିବା ନିମନ୍ତେ ସୋମବାର ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କିଭଳି ବସ୍ତି ଅଚଂଳର ପିଲାମାନଙ୍କ ସ୍ୱାସ୍ଥ୍ୟରକ୍ଷା ସହିତ ସେମାନଙ୍କୁ କୁପୋଷଣରୁ ରକ୍ଷା କରାଯାଇପାରିବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରକାଶ ବାନାର୍ଜୀ,ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ,ସମସ୍ତ ସିଡିପିଓ,ସୁପରଭାଇଜର,ମେଡିକାଲ ଅଫିସର ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ