ଗୁରୁତର ସଙ୍କଟ ଦେଇ ଗତି କରୁଛି ଶିକ୍ଷା ବ୍ୟବସ୍ଥା ବ୍ଲକରେ ୧୭୦ ଶିକ୍ଷକ ପଦବୀ ଦୀର୍ଘଦିନ ଧରି ଖାଲି

ଧାମନଗର(ଓ୍ବାଇଏନଏସ):  ଧାମନଗର ବ୍ଳକର ଶିକ୍ଷା ବ୍ୟବସ୍ଥା ଏବେ ଗୁରୁତର ସଙ୍କଟ ଦେଇ ଗତି କରୁଛି। ଶିକ୍ଷକ ଅଭାବ, ପ୍ରଶାସନିକ ଶୂନ୍ୟତା ଓ ପଦୋନ୍ନତି ପ୍ରକ୍ରିୟାରେ ଅଚଳାବସ୍ଥା ଯୋଗୁଁ ବ୍ଲକର ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ବ୍ୟାପକ ଭାବେ ପ୍ରଭାବି jkrushna659@gmail.com ତ ହେଉଛି। ବ୍ଲକରେ ପ୍ରାୟ ୧୭୦ ଟି ଶିକ୍ଷକ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଥ‌ିବା ବେଳେ ୧୧ ଟି ପ୍ରାଥମିକ ବିଦ୍ୟାଳୟ କେବଳ ଜଣେ ଶିକ୍ଷକଙ୍କ ଭରସାରେ ଚାଲିଥିବା ସୂଚନା ମିଳିଛି। ସେହି ଜଣେ ଶିକ୍ଷକଙ୍କୁ ସମସ୍ତ ଶ୍ରେଣୀର ପାଠପଢ଼ା ସହ ମଧ୍ୟାହ୍ନ ଭୋଜନ,ସରକାରୀ ରିପୋର୍ଟ,ବିଭିନ୍ନ ସର୍ଭେ ଓ ପ୍ରଶାସନିକ କାର୍ଯ୍ୟ ମଧ୍ୟ ସମ୍ଭାଳିବାକୁ ପଡ଼ୁଛି | ଏଥସହିତ ୪୦ ରୁ ଅଧିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନଥିବା ସୂଚନା। ଫଳରେ ଗୁଣାତ୍ମକ ଶିକ୍ଷା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଥିବା ଅଭିଭାବକ ମହଲରୁ ଅଭିଯୋଗ ହେଉଛି। ଧାମନଗର ବ୍ଲକରେ ଦୀର୍ଘ ବର୍ଷ ଧରି ସ୍ଥାୟୀ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ନାହାନ୍ତି। ଭଦ୍ରକ ଏଡିଇଓ ପ୍ରଫୁଲ୍ଲ କୁମାର ସାହୁ ଅତିରିକ୍ତ ଭାବେ ତିନୋଟି ବ୍ଳକର ଦାୟିତ୍ଵ ସମ୍ଭାଳୁଥିବା ବେଳେ ସ୍ଥାନୀୟ କାର୍ଯ୍ୟ ସିନିୟର ଏବିଇଓ ସହ ବିଆରସିଙ୍କ ଉପରେ ନିର୍ଭର କରୁଛି। କାର୍ଯ୍ୟାଳୟରେ ନିୟମିତ କିରାଣୀ ନଥିବା ବେଳେ ପିଅନ ପଦବୀ ଖାଲି ରହିଥ‌ିବାରୁ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିଗତ ତିନି ବର୍ଷ ଧରି ପଦୋନ୍ନତି ନ ହେବାରୁ ବ୍ଲକରେ ୨୦ ଟି ଲେବୁଲ -୩ ଓ ୨୦ରୁ ଅଧିକ ଲେବୁଲ-୪ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଅନେକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ପରିଚାଳିତ ହେଉଥୁବାରୁ ଶୈକ୍ଷିକ ଓ ପ୍ରଶାସନିକ ଦକ୍ଷତା ଉପରେ ପ୍ରଭାବ ପଡ଼ୁଛି। ଏପରି ପରିସ୍ଥିତି ମଧ୍ୟରେ ଜୁଲାଇ ୮ ରୁ ୧୭ ତାରିଖ ମଧ୍ୟରେ ସମସ୍ତ ବିଦ୍ୟାଳୟରେ ସ୍କୁଲ ମ୍ୟାନେଜମେଣ୍ଟ କମିଟି (ଏଏମସି),ୱାରିଂ କମିଟି ଓ ଶୈକ୍ଷିକ କମିଟି ଗଠନ ପାଇଁ ଶିକ୍ଷା ବି ଭାଗ ପ୍ରସ୍ତୁତି ขาดค କରିଛି। ଏପର୍ଯ୍ୟନ୍ତ ପ୍ରାୟ ୧୫୦ ଟି ବିଦ୍ୟାଳୟର ପିଟିଏ ପଞ୍ଜୀକରଣ ଶେଷ ହୋଇଛି। ତେବେ ଶିକ୍ଷକ ଓ ପ୍ରଧାନଶିକ୍ଷକ ଅଭାବ ମଧ୍ଯରେ କେବଳ କମିଟି ଗଠନ କରି ଶିକ୍ଷା ବ୍ୟବସ୍ଥାର ସୁଧାର ସମ୍ଭବ କି ନାହିଁ,ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ,ବନ୍ତ ବ୍ଳକର ଅଧିକ ଶିକ୍ଷକଙ୍କୁ ଧାମନଗର ସମେତ ଅନ୍ୟ ବ୍ଲକକୁ ସମାୟୋଜନ କରିବା ପ୍ରସ୍ତାବ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଜିଲ୍ଲାପାଳଙ୍କ ଅନୁମୋଦନ ଅଭାବରୁ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ ଗୋଟିଏ ବ୍ଲକରେ ଅଧିକ ଶିକ୍ଷକ ଥିବା ବେଳେ ଧାମନଗରରେ ଶିକ୍ଷକ ଅଭାବ ଅବ୍ୟାହତ ରହିଛି। ଧାମନଗରର ଶିକ୍ଷା ବ୍ୟବସ୍ଥାର ଏହି ସଙ୍କଟ ଏବେ କେବଳ ଏକ ପ୍ରଶାସନିକ ସମସ୍ୟା ନୁହେଁ,ବରଂ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏକ ଗୁରୁତର ପ୍ରସଙ୍ଗ । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ କେବେ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି।ସରକାର ଗୁଣାତ୍ମକ ଶିକ୍ଷା ଦାବି କରୁଥିବା ବେଳେ ଧାମନଗର ଶିକ୍ଷା ମଣ୍ଡଳର ବାସ୍ତବ ଚିତ୍ର ଅଲଗା ସେହି ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠି ପ୍ରଶ୍ନ ଉଠେ ଯେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ପୁରା ସଙ୍କଟ ହେବାରେ ଲାଗିଛି।ଯାହାକୁ ଶିକ୍ଷକ ଓ ଅଭିଭାବକ ମହଲରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ