ରାଜ୍ୟ କିସାନ କଂଗ୍ରେସ କ୍ୟାମ୍ପେନିଂ କମିଟିରେ ସ୍ଥାନ ପାଇଲେ ହିମାଂଶୁ ଓ ଆଦିତ୍ୟ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :ରାଜ୍ୟ କଂଗ୍ରେସ ପକ୍ଷରୁ ଗଠିତ ‘ରାଜ୍ୟ କିସାନ କଂଗ୍ରେସ କ୍ୟାମ୍ପେନିଂ କମିଟି’ରେ କେନ୍ଦ୍ରାପଡ଼ାର ଦୁଇ ଯୁବ ପ୍ରତିଭା ହିମାଂଶୁ ନନ୍ଦ ଏବଂ ଆଦିତ୍ୟ ସ୍ୱାଇଁ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏହି ନିଯୁକ୍ତି ପରେ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପୂର୍ବରୁ ଶ୍ରୀ ନନ୍ଦ କେନ୍ଦ୍ରାପଡ଼ାର ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇ ଆସିଛନ୍ତି। ହିମାଂଶୁ ନନ୍ଦ ଏହି ନୂତନ ଦାୟିତ୍ୱ ପାଇଁ ଦଳର ବରିଷ୍ଠ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, କିସାନ କଂଗ୍ରେସ ରାଜ୍ୟ ସଭାପତି ଅଭୟ ସାହୁ ଏବଂ ରାଜ୍ୟ କିସାନ କଂଗ୍ରେସ ଅଧ୍ୟକ୍ଷ ଅଞ୍ଜନ ସିଂହଙ୍କୁ ଏଥିପାଇଁ କୃତଜ୍ଞତା ଅର୍ପଣ କରିଛନ୍ତି। ଏଥିସହିତ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଡ଼ା. ଦେବସ୍ମିତା ଶର୍ମା, ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶ ଏବଂ ପୂର୍ବତନ ବିଧାୟିକା ଡ଼. ସିପ୍ରା ମଲ୍ଲିକଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି। ନିଜର ପ୍ରତିକ୍ରିୟାରେ ଶ୍ରୀ ନନ୍ଦ କହିଛନ୍ତି ଆଗାମୀ ଦିନରେ ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ସରକାରଙ୍କ ଦୃଷ୍ଟିକୁ ଆଣିବା ସହିତ ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ