ଧାମନଗର ସହରରେ ବୋଲଡୋଜର ଗଡିଲା ଦ୍ୱିତୀୟ ଥର: ବର୍ଷା ଦିନରେ ୪ ପରିବାର ବାସହରା

ଧାମନଗର(ଓ୍ବାଇଏନଏସ): ରାଜ୍ୟର ସମସ୍ତ ସରକାରୀ ଜମିକୁ ଜବରଦଖଲ ଉଛେଦ କରି ସରକାରୀ ରେକଡକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ। ଏହି କ୍ରମରେ ଓଡିଶାର ବିଭିନ୍ନ ସ୍ଥାନରେ ସରକାରୀ ଜମି ଉପରେ ବୁଲଡୋଜର ଲଗାଇ ଜବର ଦଖଲ ଉଛେଦ କରା ଯାଉଥିବାର ଖବର ପ୍ରତ୍ୟେକ ଦିନ ବିଭିନ୍ନ ଗଣମାଧ୍ୟମର ମୁଖ୍ୟ ଖବର ପାଲଟିଛି। ଧାମନଗର ରାଜସ୍ବ ସର୍କଲ ଅଧୀନ ଶାମପୁର ଗ୍ରାମ ଏବଂ ମୌଜା ଶାମପୁର ଖାତା ୧୪୨୮ ପ୍ଲଟ ୧୧୭୩ (ଏରିଆ ୧୬ଡି) କିସମ ପତିତ ଉପରେ ୪ ପରିବାର ଚାଳଛପର କରି ଛୁଆ ପିଲାଙ୍କୁ ନେଇ ଦୀର୍ଘ ଦିନ ଧରି ସେଠାରେ ରହୁଥିଲେ। ଆଗରୁ ନୋଟିସ ଲଗାଇ ସୋମବାର ଦିନ ୧୦ଟା ସମୟରେ ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ,ଅତିରିକ୍ତ ତହସିଲଦାର ପଲ୍ଲଭାରତ ମହାଳିକ,ଏନ ଏ ସି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ,ଆଇଆଇସି ଶୁଭ୍ରଜିତ ଦାଶ,ଏଏସଆଇ ନରେନ୍ଦ୍ର କୁମାର ରାଉତ,କଳ୍ପନା ରାଉତ,କନିଷ୍ଠ ଯନ୍ତ୍ରୀ ନୀଳକଣ୍ଠ ନାୟକ,ରାଜସ୍ବ ପରିଦରସକ ଗିରିଶ ଚନ୍ଦ୍ର ନାୟକ,ରାଜସ୍ବ ନିରୀକ୍ଷକ ବିକ୍ରମ କୁମାର ଦାସ ଏବଂ ପୋଲିସ ଫୋର୍ସ ଉପସ୍ଥିତ ରହି ବୋଲଡୋଜର ଲଗାଇ ବାସଗୃହକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି। ଏପଟରେ ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ,ବିଧାୟକ କହୁଛନ୍ତି ରାଜ୍ୟରେ ଚାଲିଛି ଲୋକଙ୍କ ସରକାର। କିନ୍ତୁ ଲୋକଙ୍କୁ ମାରିବା ସରକାର ବୋଲି ସାଧାରଣରେ ଆଲୋଚନା ହେଉଛି। ହେଲେ ସାଧାରଣ ଜନତାଙ୍କ ପ୍ରଶ୍ନ ଯଦି ଗରିବ ଲୋକମାନେ ଚାଳଛପର ଘର କରି ପରିବାର ଧରି ରହୁଥିଲେ। ତିନି ପରିବାରକୁ ଘରୁ ବେଘର କରି ଦିଆଗଲା।କିନ୍ତୁ ଯେଉଁ ବଡ଼ ପଣ୍ଡା ମାନେ ଧାମନଗର ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଐତିହାସିକ ବହୁ ପୁରାତନ ଜଗୁ ସାଗର ପୋଖରୀର ତିନି ପାର୍ଶ୍ଵରେ ଫିସରୀ ଜମି ଉପରେ ଦୋକାନ ଓ ବାସଗୃହ ନିର୍ମାଣ,ଥାନା ଗେଟ ସମ୍ମୁଖରେ ମାର୍କେଟ କମ୍ପଲେକ୍ସ,ମେଡିକାଲ ବଜାର ନିକଟସ୍ଥ ପୂର୍ବ ପଞ୍ଚାୟତ କାର୍ଯ୍ୟାଳୟର ସରକାରୀ ଜମି ଉପରେ ମହାପାତ୍ର ମାର୍କେଟ କମ୍ପଲେକ୍ସ ନିର୍ମାଣ,ପଶୁ ସଂପଦ ଚିକିତ୍ସା କେନ୍ଦ୍ରର ସରକାରୀ ଜମି ଉପରେ କୋଠା ଘର ନିର୍ମାଣ,ସାନ ବଜାର ଛକରୁ ତେଲ ଟାଙ୍କି,କୋର୍ଟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ସରକାରୀ ଜମି ଉପରେ କେନାଲକୁ ପୋତି ଦୋକାନ ଘର ନିର୍ମାଣ କରି ଭଡା ଆଦାୟ କରାଯାଉଥିବାର ଅଭିଯୋଗ ବାରମ୍ବାର ହେଉଛି। ଏହି ବଡ଼ ପଣ୍ଡା,ରାଜନେତା,ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଠାରୁ କେବେ ଜବରଦଖଲ ଉଛେଦ କରାଯିବ ଯାହାକୁ ନେଇ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।ତେବେ ଏଥିପ୍ରତି ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ଜିଲ୍ଲାପାଳ,ସ୍ଥାନୀୟ ତହସିଲଦାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ସରକାରୀ ଜମିରେ ଜବରଦଖଲ ଉଛେଦ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ