କରୋନାରେ ମୃତ୍ୟବରଣ କଲେ ବାଂଲାଦେଶର ମନ୍ତ୍ରୀ
ଢାକା : ସାରା ବିଶ୍ବରେ କରୋନା ସ୍ଥିତି ବେଶ୍ ଉଦବେଗଜନକ ରହିଛି । ପ୍ରାୟ ୨୧୩ଟି ଦେଶରେ ଏହି ମହାମାରୀ ମୃତ୍ୟୁର ତାଣ୍ଡବ ରଚିଚାଲିଛି । ବାଂଲାଦେଶରେ ମଧ୍ୟ କରୋନା ଦ୍ରୁତ ଗତିରେ ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ବାଂଲାଦେଶରେ ଜଣେ ମନ୍ତ୍ରୀ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଧାର୍ମିକ ବ୍ୟାପାରର ମନ୍ତ୍ରୀ ଶେଖ ଅବଦୁଲ୍ଲାଙ୍କର ଶନିବାର ରାତିରେ ମୃତ୍ୟୁ ଘଟିଛି । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବ ସହିତ ନିଃଶ୍ବାସ ପ୍ରଶ୍ବାସ ନେବାରେ ମଧ୍ୟ ଅସୁବିଧା ଅନୁଭବ କରିଥିଲେ । ଡାକ୍ତରଖାନା ପହଞ୍ଚିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ୍ୟୁ ପରେ ତାଙ୍କର ସାମ୍ପଲ୍ ପରୀକ୍ଷା କରାଯାଇଥିଲା। ଏହା ପରେ ସେ କରୋନା ପଜିଟିଭ୍ ହୋଇଥିବା ସ୍ପଷ୍ଟ ହୋଇଥିଲା। ମୃତ୍ୟୁ ବେଳକୁ ଅବଦୁଲ୍ଲାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ପୂର୍ବରୁ ଶନିବାର ଦିନ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମହମ୍ମଦ ନାସିମ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଢାକା ଡାକ୍ତରଖାନାରେ ଦେହାନ୍ତ ହୋଇଛି । ଆଉ ଦୁଇଜଣ ମନ୍ତ୍ରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଏବେ ଚିକିତ୍ସାଧୀନ ରହିଛନ୍ତି । କରୋନା ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ବାଂଲାଦେଶ ଚୀନ୍କୁ ଅତିକ୍ରମ କରି ୧୮ତମ ସ୍ଥାନରେ ରହିଛି।


