ପିଡିପି ସଦସ୍ୟ ପଦରୁ ଇସ୍ତଫା ଦେଲେ ମହମ୍ମଦ ଖଲ୍ଲିଲବନ୍ଧ
ଶ୍ରୀନଗର ; ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ମୁଫଦ ମହମ୍ମଦ ସହିଦଙ୍କ ମୃତ୍ୟୁ ପରଠାରୁ ଦଳ ଅଧୁରା ହୋଇରହିଯାଇଛି । ସେ ମୁଳ ନୀତିରେ ସାଲିସ କରୁଛି ବୋଲି ଦର୍ଶାଇ ପିଡିପିର ପ୍ରତିଷ୍ଠାତା ସଦସ୍ୟ ମହମ୍ମଦ ଖଲିଲବନ୍ଧ ବୁଧବାର ଦଳରୁ ସେ ସେ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନିଜର ଇସ୍ତଫା ପତ୍ର ଦଳର ମୁଖ୍ୟ ମେହବୁବା ମୁଫତିଙ୍କ ନିକଟକୁ ପଠାଇଛନ୍ତି । ଏହା ସହ ଦଳର ବିଭିନ୍ନ ଜଣାଶୁଣା ନେତାକୁ ଅଣଦେଖା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।


