କେନ୍ଦ୍ରାପଡାରେ ନୂତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଯୋଗଦାନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲାରେ ନୂତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ(ଡିଏସଏସଓ) ଭାବେ ଉଦୟନାଥ ଜେନା ସୋମବାର ପୂର୍ବାହ୍ନରେ ଯୋଗଦେଇଥିବା ଜଣାପଡିଛି । ଶ୍ରୀ ଜେନା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଜେନା ଏଥି ପୂର୍ବରୁ ଖୋର୍ଦ୍ଧାରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ପଦୋନ୍ନତି ପାଇବା ପରେ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲାକୁ ବଦଳି କରାଯାଇଥିଲା ।


