ଭାରତ ଚୀନ ସୀମାରେ ସହିଦ୍ ଭାରତୀୟ ଜବାନଙ୍କୁ ଏସ୍ୟୁଜେ ର ଶ୍ରଦ୍ଧାଞ୍ଜଳୀ
ପାରାଦ୍ୱୀପ (ପୀତବାସ ପ୍ରଧାନ) : ଗତ ସୋମବାର ଓ ମଙ୍ଗଳବାର ଭାରତ-ଚୀନ ସୀମାରେ ଚୀନ ସୈନ୍ୟଙ୍କର ଅନୁପ୍ରବେଶ ହୋଇଥିଲା । ଭାରତର ଲଦାଖ ସୀମାନ୍ତ ଗଲୱାନ ନିକଟରେ ଭାରତୀୟ ସୈନ୍ୟମାନେ ଏହାକୁ ବିରୋଧ କରିଥିଲେ । ଉଭୟ ପକ୍ଷ ଲଢେଇରେ ୨୦ଜଣ ଭାରତୀୟ ଜବାନ ସହିଦ୍ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ମଧ୍ୟ ଅଛନ୍ତି । ଭାରତ ଚୀନ ସୀମାରେ ସହିଦ୍ ହୋଇଥିବା ଭାରତୀୟ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ (ଏସ୍ୟୁଜେ) ପାରାଦ୍ୱୀପ ଶାଖା । ଏସ୍ୟୁଜେ ରାଜ୍ୟ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଗଗନ ବିହାରୀ ସାହୁ ଏହି ଶୋକସଭାରେ ପୌରହିତ୍ୟ କରିଥିଲେ । ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ ସହିଦ୍ ମାନଙ୍କ ଆତ୍ମାର ସଦ୍ଗତି କାମନା କରିବା ସହିତ ଚାଇନା ସାମଗ୍ରୀ ବର୍ଜନ କରିବା ଦିଗରେ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ନିବେଦନ କରିଥିଲେ । ଏସ୍ୟୁଜେ ପାରାଦ୍ୱୀପ ଶାଖାର ବରିଷ୍ଠ ସଦସ୍ୟ ସଞ୍ଜୟ କୁମାର ମିଶ୍ର, ବିଶ୍ୱନାଥ ବଳ, ଜଗନ୍ନାଥ ଶତପଥି । ପୁରୁଷୋତ୍ତମ ଶତପଥି, ଜ୍ଞାନରଂଜନ ଆଚାର୍ଯ୍ୟ, ଦିପ୍ତି ରଞ୍ଜନ ଦାଶ, ସଦାନନ୍ଦ ବେହରା, ନରେଶ ଚନ୍ଦ୍ର ବାରିକ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ଅମର ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।