ସାନମାଣିତିଆ ପଂଚାୟତରେ କରୋନା ସଚେତନତା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସାନମାଣିତିଆ ପଂଚାୟତ କାର୍ଯ୍ୟାଳୟରେ ବୁଧବାର କରୋନା ମହାମାରୀ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସରପଂଚ କମଳା ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କରୋନା ମହାମାରୀ ସଂକ୍ରମଣରୁ କିପରି ସୁରକ୍ଷିତ ରହିପାରିବେ, ରାଜ୍ୟ ସରକାରଙ୍କ କୋଭିଡ-୧୯ ନିୟମକୁ ପାଳନ କରି ଘରୁ ପଦାକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା, ନିଜ ନିଜ ମଧ୍ୟରେ ସାମାଜିକ ଦ୍ୱରତା ରକ୍ଷା କରିବା ଓ ହାତକୁ ସାବୁନରେ ବାରମ୍ବାର ଧୋଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପରିଡା ସାନମାଣିତିଆ ପଂଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ନିଷ୍ଠାର ସହିତ ନିଜର ଦାୟୀତ୍ୱ ନିର୍ବାହ କରି ପ୍ରବାସୀମାନଙ୍କ ସେବା କରିଥିବା ଆଶାକର୍ମୀ, ଅଙ୍ଗନୱାର୍ଡିକର୍ମୀ, ଏ.ଏନ.ଏମ., ଶିକ୍ଷକ, ସ୍ୱାସ୍ଥ୍ୟକର୍ମୀ ଓ ସମାଜସେବୀମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସମିତିସଭ୍ୟା ଅଞ୍ଜଳି ସାହୁ, ପଂଚାୟତ ନିର୍ବାହୀ ଅଧିକାରୀ ଯୁଧିଷ୍ଟିର ନାୟକ, ନୋଡାଲ ଅଫିସର ସ୍ୱରୂପ କୁମାରବ ଦାସ, ସମସ୍ତ ୱାର୍ଡସଭ୍ୟ/ସଭ୍ୟା, ନିରାକାର ସାମଲ, ଅଭିମନ୍ୟୁ ସୂତାର, ସୁଲେଖ ସାହୁ, ଅଜୟ କୁମାର ଦାସ, ସମାଜସେବୀ ରବିନ୍ଦ୍ର ପରିଡା, ପୂର୍ବତନ ସରପଂଚ ଜୟପ୍ରକାଶ ଗିରି, ଆଶାକର୍ମୀ, ଅଙ୍ଗନୱାର୍ଡିକର୍ମୀ, ଏ.ଏନ.ଏମ., ଶିକ୍ଷକ, ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।