ପ୍ରଥମ କାଞ୍ଚନ ସମ୍ମାନ-୨୦୧୯ ପ୍ରଦାନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : କାଞ୍ଚନ ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ ସ୍ଥାନୀୟ ଜୟଦେବ ଭବନରେ ‘ପ୍ରଥମ କାଞ୍ଚନ ସମ୍ମାନ-୨୦୧୯’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍ଘାଟନ କରି କହିଲେ ଯେ, କାଞ୍ଚନ ଫାଉଣ୍ଡେସନର ଏହି ସମ୍ମାନ ପ୍ରଦାନ ଫଳରେ ସମାଜରେ ଆହୁରି ଅନେକ ପ୍ରତିଭା ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଗେଇ ଆସିବେ । ଫଳରେ ଏମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜରେ ଅନେକ ପରିବର୍ତ୍ତନ ଘଟିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଜୟଦେବ ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ଢାଲି ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ଦେବଯାନୀ ଏବଂ ଲିପ୍ସା ମିଶ୍ର ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ଏତାଦୃଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଆହୁରି ଏହିଭଳି କାର୍ଯ୍ୟକ୍ରମମାନ କରି ସମାଜରେ ଲୁକ୍କାୟିତ ଥିବା ପ୍ରତିଭାଧାରୀ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣି ତାଙ୍କର ସମାଜ ପ୍ରତି ଥିବା ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ ଏବଂ ଆତ୍ମଜାର ସମ୍ପାଦିକା କବିତା ମଞ୍ଜରୀ ପରିଡ଼ା ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅନନ୍ୟ ପ୍ରତିଭାଧାରୀ ବ୍ୟକ୍ତି, ସାମାଜିକ ଅନୁଷ୍ଠାନ ଏବଂ ଭୁବନେଶ୍ୱରର •ରୋଟି ଦୁର୍ଗାପୂଜା କମିଟିକୁ ‘ପ୍ରଥମ କାଞ୍ଚନ ଫାଉଣ୍ଡେସନ ସମ୍ମାନ-୨୦୧୯’ରେ ସମ୍ମାନିତ କରାଯାଇଥିଲା ଏବଂ ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ‘କାଞ୍ଚନ ଧାରା’ ଉନ୍ମୋଚିତ ହୋଇଥିଲା । ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ ଫାଉଣ୍ଡେସନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଉପସଭାପତି ବିଶ୍ୱଜିତ ସାମନ୍ତରା, ଜିତୁ ପ୍ରସାଦ ମଲ୍ଲିକ, ଗୋପାଳ ବେହେରା, ରାକେଶ ବଳ, ତପନ କୁମାର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରି•ଳନାରେ ସହଯୋଗ କରିଥିଲେ । ଶୁଭୋଜିତ ପଣ୍ଡା ମଞ୍ଚ ପରି•ଳନା କରିଥିଲେ । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଭରପୁର ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା ।


