ଟ୍ରକ ଚାପି ନେଲା ୭ଜୀବ ଜନ୍ତୁଙ୍କ ଜୀବନ
ହିଞ୍ଜିଳିକାଟୁ (ପ୍ରିୟବ୍ରତ ପଣ୍ଡା): ସମ୍ପ୍ରତି ହିଞ୍ଜିଳିକାଟୁ ସହରକୁ ଶନି ଓ ରାହୁଗ୍ରହଙ୍କ ଚଳନ ଚାଲିଛି ବୋଲି ଚର୍ଚ୍ଚା ହେଉଛି।ଏଣୁ ସହରରେ ବହୁ ଅଘଟଣ ମାନ ଘଟୁଥିବା ସାଧାରଣରେ ନାନା ପ୍ରକାର ଆଲୋଚନା ଚାଲିଛି।କେତେବେଳେ ଚୋର, ତସ୍କରଙ୍କ ଉତ୍ପାତରେ ଜନଗହଳି ପୁର୍ଣ ସ୍ଥାନରେ ଚୋରି ଘଟଣା ଘଟୁଥିବା ବେଳେ ଆଉ କେତେ ବେଳେ ବେପାରୁଆ ଗାଡି ଚାଳକଙ୍କ ଯୋଗୁଁ ବହୁ ଧନ ଜୀବନ ପ୍ରଭାବିତ ହେବା ନିତିଦିନିଆ ଘଟଣାରେ ପରିଣତ ହୋଇଛି।ଏଭଳି ଏକ ଲୋମଟାଙ୍କୁରା ଦୁର୍ଘଟଣା ଗୁରୁବାର ବିଳମ୍ବିତ ରାତ୍ରୀରେ ୫୯ନଂ ଜାତୀୟ ରାଜପଥ ବଇଞ୍ଚ ବଣିଆ ଛକ ନିକଟରେ ଘଟିଛି।ଏକ ସିମେଣ୍ଟ ବୋଝେଇ ଟ୍ରକ ଚାପାରେ ଚାଲିଯାଇଛି ୭ଟି ନିରୀହ ଜୀବଜନ୍ତୁ ଙ୍କ ଜୀବନ। ମଦ୍ୟପ ଡ୍ରାଇଭର ର ଦୃତ ଗାଡି ଚାଳନା ଯୋଗୁଁ ଏକାଥରକେ ୩ଟି ଗାଈ ଓ ୪ଟି ବାଛୁରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ଘଟଣା ସ୍ଥଳରୁ ମିଳିଥିବା ସୂଚନା ପ୍ରକାରେ ଆଜି ମଧ୍ୟ ରାତ୍ରରେ ଇଚ ୨୪ଞଈ ୦୩୪୭ ନଂସିମେଣ୍ଟ ବୋଝେଇ ଟ୍ରକଆସିକା ଦିଗରେ ଦୃତ ଗତିରେ ଯାଉଥିଲା। ବଇଞ୍ଚ ବଣିଆ ଛକ ବୈକୁଣ୍ଠ ମାର୍ଗ-୨ ରାଜପଥ ଉପରେ କିଛି ଗାଈ ଓ ବାଛୁରୀ ବିଶ୍ରାମ ନେଉଥିଲେ।ଟ୍ରକ ଚାଳକ ସେମାନଙ୍କ ଉପରେ ଗାଡି ଚଢାଇ ଦୃତ ଗତିରେ ଆସିକା ଅଭିମୁଖେ ଚାଲିଯାଉଥିବା ବେଳେ ପିତଳ ଛକ ନିକଟରେ ଗାଡିର ଚକା ଅକାମୀ ହୋଇପଡିଥିଲା।ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ଗାଡି ର ପିଛାକରି ଡ୍ରାଇଭର କୁ ଗିରଫ କରି ଥାନାରେ ଅଟକ ରଖିଥିବା ଜଣାପଡିଛି।ସକାଳେ ସ୍ଥାନୀୟ ପୌର କର୍ମଚାରୀ ପହଞ୍ଚି ରାସ୍ତା ଉପରେପଡିଥିବା ମୃତଗାଈ, ବାଛୁରୀଙ୍କ କ୍ଷତ ବିକ୍ଷତ ଶବ ଗୁଡିକୁ ହଟାଇ ରାସ୍ତା ସଫା କରିଥିଲେ।ଘଟଣା ସ୍ଥଳରେ ଚାପା ଅସନ୍ତୋଷ ଦେଖା ଦେଇଥିଲା।କେତେକ ଗାଈ ମାଲିକଙ୍କୁ ତିରସ୍କାର କରୁଥିବା ବେଳେ ଆଉ କିଛି ସ୍ଥାନୀୟ ପ୍ରଶାସନକୁ ଦୋଷାରୋପ କରିଥିଲେ।କିଛି ପୀଡିତ ଏନେଇ ପୌର ଓ ପୋଲିସ ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ବୋଲି ଘଟଣା ସ୍ଥଳରୁ ଜଣାଯାଇଛି। ବରଂ ଗାଈ ମାଲିକ, ପୌର ପ୍ରଶାସନ ଓ ପୋଲିସର ନିଷ୍କ୍ରିୟତା ଯୋଗୁଁ ଟ୍ରାଫିକ ସମସ୍ୟା ଗୁରୁତର ହେବା ସହ ଧନ ଜୀବନ ବିଶେଷ ଭାବେ ପ୍ରଭାବିତ ହେଉଛି ବୋଲି ନିଜପ୍ରତିକ୍ରିୟା ରେପ୍ରକାଶ କରିଛନ୍ତି। ଆଉ କେତେ ନିରୀହ ପ୍ରାଣୀ ଙ୍କଧନ ଜୀବନ କ୍ଷୟ କ୍ଷତି ଘଟିଲେ ଚେତିବେ ବୋଲି ସେମାନେ ପ୍ରଶାସନ କୁ କଟାକ୍ଷ କରିଛନ୍ତି।ସହରରେ ବୁଲା ଗାଈ, ବାଛୁରୀଙ୍କ ସଂଖ୍ୟା ବୃଦ୍ଧି ପାଇ ଉତ୍କଟ ସମସ୍ୟା ସୃଷ୍ଟି ହେବା କାରଣରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏଥିପ୍ରତି ସାଧାରଣରେ ଉଚ୍ଚ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।