ପାଟକୁରା ବିଧାନସଭା ନିର୍ବାଚନ : ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ନିର୍ବାଚନ ମଣ୍ଡଳି ଗସ୍ତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ପାଟକୁରା ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ଆସନ୍ତା ୨୦ତାରିଖରେ ହେବାକୁ ଥିବା ବେଳେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଆସି ପୂର୍ବାହ୍ନ ୯ଟା ୫୦ମିନିଟରେ ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଂଚାୟତ ପଡିଆରେ ହେଲିକେପ୍ଟର ଯୋଗେ ପହଁଚିଥିଲେ । ସେଠାରୁ ଏକ ହାଇଟେକ ବସ ଯୋଗେ ନହଙ୍ଗଛକ ଦେଇ ସନ୍ଥପୁରା,ନହଙ୍ଗ ଭାୟା ନୋଳସାହିଛକ ଏବଂ ସେଠାରୁ ରଘୁଦେଇପୁର ଗ୍ରାମଦେଇ ବେଣୀପୁର ପଂଚାୟତର ବଜାର ଗ୍ରାମ,ସଦାନନ୍ଦପୁର ଛକ,ଏଣ୍ଡର ପଂଚାୟତର ପଂଚୁପାଣ୍ଡବ ଛକ ଦେଇ ଜାତୀୟ ରାଜପଥରେ ବଳଭଦ୍ରପୁର ଛକକୁ ଯାଇ ସେଠାରୁ ଲକ୍ଷ୍ମୀନାରାୟଣପୁର ଭାୟା କେନାଲଛକ ଦେଇ ନୂଆହାଟଛକ ,ଗୋଲରହାଟ,ଡେରାବିଶ ବଜାର,ବାଲିଆ ଛକ ,ପଲେଇ ପଂଚାୟତ ଓ ସେଠାରୁ ଚାନ୍ଦୋଳ ଛକ,ଚଣ୍ଡିବଜାର ଦେଇ ରତାଦିଆଖଣ୍ଡସାହିର ଖମୋଳ ଯାଇ ସେଠାରୁ କଟକ-ଚାନ୍ଦବାଲି ରାସ୍ତାରେ ଜଂଟିଲୋ ଆଇବିକୁ ଯାଇ ପହଁଚିଥିଲେ । ରାସ୍ତାରେ ପ୍ରତ୍ୟେକ ଛକ ଯାଗାରେ ବସରୁ ଲୋକମାନଙ୍କୁ ମାଇକ ଯୋଗେ ଉଦବୋଧନ ଦେଇ ବ ିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟଦେଇ ଜିତାଇବାକୁ ନିବେଦନ କରିଥିଲେ । ଅପରାହ୍ନ ପ୍ରାୟ ୨ଟାରେ ଜଂଟିଲୋ ଆଇବିରୁ ବସ ଯୋଗେ ବାହାରି ୫ନମ୍ବର (କ)ଜାତୀୟ ରାଜପଥ ଦେଇ ହଳଦିଆଗଡାକୁ ଯାଇ ସେଠାରୁ ଗରଦପୁର ବ୍ଲକର ନୁଆପଡା, ପଦ୍ମପୁର, ବେଡାରି ଦେଇ ପାଟକୁରା, ଗରଦପୁର, କଳାବୁଦା. କୋରୂଆ, ମାହଜାଳ ଓ ଚଁପର ଛକ ଦେଇ ଜହଁରାବାରିମୂଳ,ହରିଅଙ୍କ ଦେଇ ପଣସୁଆ,ନଡିଆବରେଇ ,ତିକନପୁର ଜେନାସାହି ଦେଇ ପୁନ୍ଦାଳରେ ପହଁଚିବେ । ସେଠାରୁ ମାର୍ଶାଘାଇ ବ୍ଲକର ବନ୍ଧକଟା ଦେଇ ପେଣ୍ଠ,କୁଳସାହି ଛକ,ରଙ୍କାଳଗଡା ,ତଳଗାଁଛକ,ଜଅଁପଡା,ଦଳଅନ୍ତା ଗଡା ଦେଇ କରିଲୋପାଟଣା କଲେଜ ଓ ହାଟରେ ପହଁଚିଥିଲେ । ଏବଂ ସେଠାରୁ ବସପୁର ଶ୍ୟାମସୁନ୍ଦରପୁର ଗଡା,ଦୁହୁରିଆ ଦେଇ ଚଣ୍ଡିଖୋଲକୁ ଯାଇ ସେଟାରୁ ଭୂବନେଶ୍ୱର ନବୀନ ନିବାସକୁ ଫେରିଯାଇଥିଲେ । ଏହିସବୁ ରାସ୍ତାର ପ୍ରତ୍ୟେକ ଛକ ଗୁଡିକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ସଂବୋଧନ କରି ତାଙ୍କ ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲଙ୍କୁୁ ଭୋଟ ଦେବାକୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ,କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,ମହାକାଳପଡା ବିଦାୟକ ଅତନୁସାବ୍ୟସଚି ନାୟକ,ଆଳି ବିଧାୟକ ପ୍ରତାପ କେଶରୀ ଦେବ,ଜିଲ୍ଲା ବିଜେଡି ସଭାପତି କିଶୋର ଚନ୍ଦ୍ର ତରାଇ,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା,ବିଧାୟକ ପ୍ରଣବ ପ୍ରକାଶ ଦାସ,ଶାରଦା ନାୟକ,କଂଟାବାଞ୍ଝି ପୂର୍ବତନ ବିଧାୟକ ମହମ୍ମଦ ଆୟୁବ ଖାନ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ