ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସାନଖେମୁଣ୍ଡି ଗସ୍ତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟ ସାନଖେମୁଣ୍ଡି ବ୍ଲକ୍‌କୁ ଅଚାନକ ଗସ୍ତ କରି ବ୍ଲକ୍ କାର୍ଯ୍ୟାଳୟରେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ଏକ ବୈଠକ କରି କରୋନାର ସମ୍ଭାବ୍ୟ ପରିସ୍ଥିତି ଉପରେ ଆଲୋଚନା କରିବା ସହ ପ୍ରବାସୀ ଓଡ଼ିଆଙ୍କୁ ଥଇଥାନ, କର୍ମନିଯୁକ୍ତି ପାଇଁ ଖସଡ଼ା ପ୍ରସ୍ତୁତ କରି ସେମାନଙ୍କୁ ମନରେଗା ଯୋଜନା ରେ କାମ ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ପାଟପୁର ଗାନ୍ଧିଛକ ଠାରେ ନିର୍ମାଣଧିନ ମୋଡ଼େଲ ଟ୍ୟାଙ୍କ୍ (ଆଦର୍ଶ ପୋଖରୀ) ବୁଲି ଦେଖିବା ପରେ ଜିଉରା ଗ୍ରାମ ପଞ୍ଚାୟତ ନିର୍ମାଣଧିନ ରୁରାଲ ପାର୍କ ଜିଲ୍ଲାପାଳ ଓ ଏସ୍‌ପି ପରିଦର୍ଶନ କରିଥିଲେ ଏବଂ ବଗିଚା ଆଦର୍ଶପୋଖରୀ ଚାରା ରୋପଣ ପରିବେଶର ସୌନ୍ଦର୍ଯ୍ୟ ଆଲୋକିକରଣ ଦେଖି ଖୁସି ବ୍ୟକ୍ତ କରିଥିଲେ । ପାର୍କ ପାଖରେ ଥିବା ବାଇଗଣ ବାଡ଼ ମଧ୍ୟ ଭାଗକୁ ଯାଇ ଚାଷୀ ବହୁ କଷ୍ଟରେ ଉତ୍ପାଦିତ ପନିପରିବା ଚାଷକୁ ଅନୁଧ୍ୟାନ କରିଥିଲେ । ପଞ୍ଚାୟତ ସ୍ତରରେ ସରକାରଙ୍କ ଅର୍ଥ ସୁବିନିଯୋଗ କରି ପ୍ରବାସୀ ଓଡ଼ିଆଙ୍କୁ ମନରେଗା ଯୋଜନାରେ କାମ ଯୋଗାଇବା ପାଇଁ ଜିଲ୍ଲାପାଳ ସରପଞ୍ଚ ପ୍ରତିନିଧି ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଚରଣ ପାତ୍ରଙ୍କୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସମିତି ସଭ୍ୟ ରଘୁନାଥ ସାହୁ, ଏସ୍‌,ଏମ୍‌ସି ସଭାପତି ପ୍ରଦିପ କୁମାର ପଟ୍ଟନାୟକ ପୂର୍ବତନ ସରପଞ୍ଚ ସିମାଞ୍ଚଳ ଗୌଡ଼, ବୁଲୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ