ସୀମାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଯୁବଗୋଷ୍ଠୀ

ଶେରଗଡ, (ଦେବୀ ପ୍ରସାଦ ଦାଶ):ବିଶ୍ୱରେ ବର୍ତ୍ତମାନ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଗତ ମଙ୍ଗଳବାର ମଧ୍ୟରାତ୍ରୀରେ ଚୀନ ସୈନିକ ଭାରତର ଲଦାଖ ସ୍ଥିତ ଗଲ୍ଓ୍ଵାନ ଭେଲି ଠାରେ ସୈନ୍ୟ ମୁତୟନ କରି ବାରମ୍ବାର ସୀମା ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ।ଯାହା ଫଳରେ ଭାରତୀୟ ସୈନିକ ତାର କଡା ମୁକାବିଲା ପାଇଁ ଚେଷ୍ଟା କରିବା ଯୋଗୁଁ ସୀମାରେ ଉତ୍ତେଜନା ଉଗ୍ରରୂପ ନେଇଥିଲା। ପରସ୍ପର ଯୁଦ୍ଧ ପରିସ୍ଥିତି ଫଳରେ ଭାରତର ୨୦ ଜଣ ବୀର ସୈନିକ ଦେଶମାତୃକାର ରକ୍ଷା କରିବାକୁ ଯାଇ ସହିଦ ହୋଇଛନ୍ତି।ଚୀନର ବାରମ୍ବାର ଏଭଳି ଦୋମୁହାଁ ନୀତିକୁ ଭାରତବାସୀ ଦୃଢ଼ ପ୍ରତିବାଦ ଜଣାଇବା ସହ ଚୀନ ସାମଗ୍ରୀକୁ ବର୍ଜନ କରିବା ପାଇଁ ସଂକଳ୍ପ ନେବା ପରିଲକ୍ଷିତ ହେଉଛି।ଏହି ପରିପ୍ରେକ୍ଷୀରେ ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ତରଫରୁ ସହୀଦ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ଯାର୍ଥୀ ପରିଷଦର ଗଞ୍ଜାମ ଜିଲ୍ଲା ସହ-ସଂଯୋଜକ କୃଷ୍ଣଚନ୍ଦ୍ର ସୁଆଁସିଆ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଶେରଗଡ଼ ଖଣ୍ଡ ପଦ ବିନ୍ୟାସ ପ୍ରମୁଖ କାହ୍ନୁ ଚରଣ ବିଶ୍ବାଳ। ସମାଜ ସେବୀ ନୀଳାଞ୍ଚଳ ମହାନ୍ତି,ଅନୀଳ କୁମାର ପ୍ରଧାନ,ପୂର୍ଣ୍ଣଚନ୍ଦ୍ର ମହାନ୍ତି,ମନୋଜ ପ୍ରଧାନ ଆଦି ସାମାଜିକ ଦୂରତା ପାଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ