ଇତିହାସ ବିଭାଗର ଆଲୋଚନା ପାଠଚକ୍ର
ହିଞ୍ଜିଳିକାଟୁ (ଶେଷଦେବ ସାହୁ): ସ୍ୱଂୟଶାସିତ ବିଞାନ ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ସୋମବାର ଦିନ ମହାବିଦ୍ୟାଳୟ ପରିସରରେ ୟୁଜିସି ସହଯୋଗରେ ଏକ ଆଲୋଚନା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସିଏଚ ଚନ୍ଦ୍ରଶେଖର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ନିମନ୍ତ୍ରିତ ଅତିଥି ଭାବେ ପ୍ରାକ୍ତନ ଇତିହାସ ବିଭାଗୀୟ ପ୍ରଫେସର ତଥା ଗାୟତ୍ରୀ ପରିବାର ଗଂଜାମ ଜିଲ୍ଲା ସଂଯୋଜକ ଡ଼ଃ. ବୃନ୍ଦାବନ ମିଶ୍ର ଓ ଡ଼ଃ. ଲଳିତ ମୋହନ ରଥ ଯୋଗଦେଇ ‘ଭାରତରେ ଜାତୀୟତା ବାଦ ପ୍ରାଚୀନ ଠାରୁ ବର୍ତମାନ ପର୍ଯ୍ୟନ୍ତ ଏବଂ ଜଗନ୍ନାଥ ଧର୍ମରେ ମାନବିକ ଚେତନା ‘ ସାରଗର୍ଭକ ସ୍କର୍ନ୍ଦଭ ପାଠ କରିଥିଲେ । ଇତିହାସ ବିଭାଗୀୟ ବିଞାନୀ ଅଧ୍ୟାପିକା ଡ଼ଃ. ବବିତା ପାତ୍ର , ଅକ୍ଷୟ କୁମାର ପ୍ରଧାନ , ନରସିଂହ ଆଚାର୍ଯ୍ୟ ଓ ଶିକ୍ଷାର୍ଥୀ ମାନେ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଭାଗ ନେଥ ବିଭିନ୍ନ ପ୍ରକାର ନୂତନ ତଥ୍ୟ ମାନଓ ମନ୍ଥନ କରିଥିଲେ । ମୋନାଲିସା ପ୍ରଧାନ, ଗୈତମ ପ୍ରଧାନ, ମନୋଜ କୁମାର ବିଷୋୟୀ, ହରପ୍ରିୟା ନାୟକ, ଜଗଦିଶ ନାୟକ, କୃଷ୍ଣ ନାୟକ, ସୁନିତା ପାଣିଗ୍ରାହୀ, ସସ୍ମିତା ମହାନ୍ତି, ଶୁଭଶ୍ରୀ ପଟ୍ଟନାୟକ, ବିରଜା ପରିଡ଼ା, କାମିନି ମହାରଣା, ସୁନିଲ କୁମାର ନାୟକ, ଲିଙ୍କି ପରିଡ଼ା ପ୍ରମୂଖ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଇତିହାସ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼ଃ. ସୁନିଲ କାନ୍ତ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଅକ୍ଷୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


