ପୁଅ, ବୋହୂଙ୍କ ନିର୍ଯ୍ୟାତନା ସହି ପାରିଲେନି, ଥାନାରେ ଦ୍ୱାରସ୍ଥ ହେଲେ ବୃଦ୍ଧା ମା

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଣା ଗ୍ରାମରେ ଏକ ଦୁଃଖ ଏବଂ ଲଜ୍ୟା ଜନକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି l ତିନି ପୁଅ ଏବଂ ଦୁଇ ବୋହୂ ମିଳିମିଶି ବୃଦ୍ଧ ବାପା ଏବଂ ବୃଦ୍ଧା ମାଙ୍କୁ ନିର୍ଯାତନା ଦେବା ସହ ମାଡ଼ ମାରିଥିଲେ l ଶେଷରେ ବୃଦ୍ଧା ମା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ କେସ ନଂ ୩୨୨/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମାନେ ଗିରଫ ଭୟରେ ଫେରାର ହୋଇ ଯାଇଛନ୍ତି l ଅଭିଯୋଗ ଅନୁସାରେ ପୂର୍ଣଚନ୍ଦ୍ର ମଲିକଙ୍କର ତିନୋଟି ପୁଅ ଅଛନ୍ତି l ସାନ ପୁଅ ଗୋବିନ୍ଦ ପୂର୍ବରୁ ଏକାଧିକ ବିବାହ କରି ପାରିବାରିକ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲେ l ସାନ ପୁଅ ଗୋବିନ୍ଦଙ୍କ ସ୍ତ୍ରୀ ତଥା ସାନ ବୋହୂ ଘରେ ଶାଶୁ, ଶ୍ୱଶୁରଙ୍କ ଭଲ, ମନ୍ଦ ବୁଝିବା ସହ ଦାୟିତ୍ୱ ନିଅନ୍ତି l କିନ୍ତୁ ସାନ ପୁଅ ଗୋବିନ୍ଦ, ବଡ଼ ପୁଅ ମନୋଜ, ମଝିଆଁ ପୁଅ ପ୍ରଫୁଲ୍ଲ,ଅନ୍ୟ ଦୁଇ ବୋହୂ ସୁକାନ୍ତି ଏବଂ ଲିନାରାଣୀ ପ୍ରମୁଖ ୫ ଜଣ ମିଳିମିଶି ବୃଦ୍ଧ ପୂର୍ଣଚନ୍ଦ୍ର, ବୃଦ୍ଧା ବାସନ୍ତୀ ଏବଂ ସାନ ବୋହୂକୁ ନିର୍ଯ୍ୟାତନା ଦେବା ସହ ମାଡ଼ ମଧ୍ୟ ମାରିଥିଲେ l ବାପ ଓ ମା’ଙ୍କୁ ଘରେ ବନ୍ଦ କରି ରଖିଥିଲେ। ସାନ ବୋହୁ ଏନେଇ ପୁଲିସକୁ ଜଣାଇବା ପରେ ନନ୍ଦିପଦା ପୋଲିସ ଯାଇ ବୃଦ୍ଧ ବୃଦ୍ଧାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା ।  ଶେଷରେ ବୃଦ୍ଧା ମା ତିନି ପୁଅ ଏବଂ ଦୁଇ ବୋହୂଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ