ସାଇବର ସଚେତନତା କାର୍ଯ୍ୟକ୍ରମ

ବନ୍ତ,(ଚାନ୍ଦିନୀ ମହାନ୍ତି ): ଗୁରୁବାର ବନ୍ତ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ୍ତ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏସଡିପିଓ ବିଷ୍ଣୁ ଚରଣ ବାରିକ ଏବଂ ଥାନାଧିକାରୀ ସୁପ୍ରକାଶ ମହାନ୍ତି ଯୋଗ ଦେଇ ସାଇବର ସୁରକ୍ଷା, ଡିଜିଟାଲ ଠକେଇ ନିବାରଣ ଏବଂ ନୂତନ ଫୌଜଦାରି ଆଇନର ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ l ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଭାଶ୍ଵତୀ ଜେନା, ଶିକ୍ଷୟିତ୍ରୀ ପ୍ରତିମା ମହାନ୍ତି,ଅମିତା ଲେଙ୍କା, ଶିକ୍ଷକ ଜିତୁ ରଞ୍ଜନ ବରାଳ, ଲକ୍ଷ୍ମୀଧର ମଲ୍ଲିକଙ୍କ  ସମେତ ସମସ୍ତ ଛାତ୍ର ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ହାବିଲଦାର ରମାକାନ୍ତ ଭୂୟାଁ, ବସନ୍ତ କୁମାର ଜେନା, ପ୍ରକାଶ ଚନ୍ଦ୍ର ଜେନା, ଉମେଶ ରାଉତ ପ୍ରମୁଖ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ