ଆଦର୍ଶ ଶିକ୍ଷକ ବିଜୟ ମଲ୍ଲିକଙ୍କୁ ଶ୍ରଦ୍ଧାଞ୍ଜଳୀ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଆଦର୍ଶ ଶିକ୍ଷକ ବିଜୟ ମଲ୍ଲିକଙ୍କ ଏକାଦଶାହ ଅବସରରେ ତାଙ୍କ ବାଲିପାଟଣାସ୍ଥିତ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ କେଦାରନାଥ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟଅତିଥି ଭାବେ ଶିକ୍ଷାବୀତ ବଟକୃଷ୍ଠ ପାଢୀ, ମୁଖ୍ୟବକ୍ତା ଭାବେ ସମାଜସେବୀ ଦେବେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କ ସ୍ମୃତିଚାରଣ କରି କହିଲେ ସେ ବୃତ୍ତିରେ ଜଣେ ଶିକ୍ଷକ ଥିଲେ ହେଁ ତାଙ୍କର କର୍ତ୍ତବ୍ୟବୋଧ, ବିବେକ, ମାନବିକତା, ସାମାଜିକ ସଂସ୍କାର, ମୁଠାଏ ସ୍ନେହ ଓ ଆଞ୍ଜୁଳାଏ ମମତାର ପ୍ରତୀକ ଭାବେ ଲୋକଙ୍କ ମାନସପଟରେ ଚିରଦିନ ପାଇଁ ଅମର ହୋଇ ରହିଥିବେ। ଜଣେ ଆଦର୍ଶ ଶିକ୍ଷକ ଓ ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ପରିବେଶବିତ ଭାବରେ ଏଅଞ୍ଚଳରେ ପ୍ରତିଟି ଜନମାନସରେ ସବୁଦିନପାଇଁ ବଞ୍ଚି ରହିଥିବେ ସ୍ୱର୍ଗତ ମଲ୍ଲିକ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନଦେଇ ଅତିଥି ମାନେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁତ୍ର ମନୋରଞ୍ଜନ, ସ୍ମୃତିରଞ୍ଜନ, କନ୍ୟା ଜୟଶ୍ରୀ, ରାଜଶ୍ରୀ, ଜ୍ୱାଇଁ ପ୍ରଦୀପ୍ତ ନାୟକ, ସରୋଜ ଲେଙ୍କା, ନାତି,ନାତୁଣୀଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଧ୍ରୁବ ଅନ୍ନପୂର୍ଣ୍ଣା କଳା ପରିଷଦର କଳାକାରମାନେ ଭଜନ ପରିବେଷଣ କରିଥିଲେ।


