କଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨ ନାବାଳକଙ୍କୁ ଧରିଲା ପୋଲିସ

କଟକ, (ଓ୍ବାଇଏନଏସ): କଟକର ବାଦାମବାଡ଼ିରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି । ଜଣେ ନାବାଳିକାଙ୍କୁ ଦୁଇ ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ବାଦାମବାଡ଼ି ଥାନାରେ ମାମଲା ରୁଜୁ ପରେ ପୁଲିସ ଦୁଇ ନାବାଳକଙ୍କୁ ଧରିବାରେ ସଫଳ ହୋଇଛି । କଟକରେ ଏକ କଲେଜ୍‌ରେ ଜଣେ ୧୬ ବର୍ଷୀୟା ନାବାଳିକା ଯୁକ୍ତ ଦୁଇ ପ୍ରଥମ ବର୍ଷ ପଢ଼ନ୍ତି । ସେହି କଲେଜରେ ମର୍କତନଗର ଥାନା ସିଡିଏ ସେକ୍ଟର ୭ ବାଲିସାହିର ଜଣେ ୧୬ ବର୍ଷର ଯୁବକ ମଧ୍ୟ ପଢ଼ୁଥିଲା । ଉକ୍ତ ନାବାଳକଙ୍କ ସହିତ ନାବାଳିକାଙ୍କର କଲେଜରେ ବନ୍ଧୁତା ହୋଇଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥିଲା । ଏହି ନାବାଳିକାଙ୍କୁ ଗଲା ମାସରେ ନାବାଳକ ଜଣକ ବାଦାମବାଡ଼ିରେ ଥିବା ଏକ ହୋଟେଲକୁ ଡାକିଥିଲା । ସେଠାରେ ପହଞ୍ଚିବା ପରେ ପୂର୍ବରୁ ସେଠାରେ ନାବାଳକଙ୍କର ଜଣେ ବନ୍ଧୁ ଦରଘାବଜାର ଥାନା ବାଉଁଶଗଳିର ୧୭ ବର୍ଷୀୟ ନାବାଳକ ପହଞ୍ଚିଯାଇଥିଲା । ଏହି ନାବାଳକ ଜଣକ ତିନିକୋଣିଆ ବଗିଚାରେ ଏକ ମୋମୋ ଦୋକାନ କରିଛି । ସେଦିନ ହୋଟେଲରେ ଦୁଇ ନାବାଳକ ବନ୍ଧୁ ପର୍ଯ୍ୟାୟକ୍ରମେ ନାବାଳିକାଙ୍କୁ ହୋଟେଲ ରୁମରେ ଗଣଦୁଷ୍କର୍ମ କରିଥିବା କୁହାଯାଉଛି । ବାଲିସାହିର ନାବାଳକ ଷଡ଼ଯନ୍ତ୍ର କରି ତା’ ମୋମୋ ଦୋକାନ ସାଙ୍ଗକୁ ଡାକି ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପୀଡ଼ିତା ନାବାଳିକା ମାନସିକ ସ୍ତରରେ ଭାଙ୍ଗିପ ଡ଼ିଥିଲେ। ସେ ନିକଟରେ ଗଡ଼ଗଡ଼ିଆ ପଠାରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ସୌଭାଗ୍ୟବଶତଃ ସେ ବର୍ତ୍ତିଯାଇଥିଲେ । ତାଙ୍କୁ ପୁଲିସ ଆତ୍ମହତ୍ୟା ସମ୍ପର୍କରେ ପଚରାଉଚରା କରିବା ପରେ ଏହି ଲଜ୍ଜାଜନକ ଘଟଣା ସାମନାକୁ ଆସିଥିଲା। ବାଦାମବାଡ଼ି ଥାନା ପୁଲିସ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ