ପିଭି ସିନ୍ଧୁ ପହଁଚିଲେ ସେମିଫାଇନାଲ ରେ

ଭାରତୀୟ ତାରକା ଖେଳାଳୀ ସିନ୍ଧୁ ଇଣ୍ଡୋନେସିଆ ରେ ଖେଳାଯାଉଥିବା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ର ମହିଳା ସିଙ୍ଗଲସ ବିଭାଗ ସେମିଫାଇନାଲରେ ପ୍ରବେଶ କରିଛନ୍ତି । କ୍ବାର୍ଟର ଫାଇନାଲରେ ୫ମ ସିଡ୍ ସିନ୍ଧୁ ୩ୟ ସିଡ୍ ଜାପାନର ନିଜୋମି ଓକୁହାରାଙ୍କୁ ସିଧାସଳଖ ୨୧-୧୪, ୨୧-୭ ଗେମ୍ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍ରେ ସିନ୍ଧୁ ସଂପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳି ମାତ୍ର ୪୪ ମିନିଟ୍ରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲେ।ପ୍ରଥମ ସେଟ୍ରେ ସିନ୍ଧୁ ମୂଳରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ୧୦-୬ ପଏଣ୍ଟରେ ଆଗୁଆ ହୋଇଥିଲେ। ମଧ୍ୟାନ୍ତର ସମୟରେ ସିନ୍ଧୁ ୧୧-୮ ପଏଣ୍ଟରେ ଆଗୁଆ ହେବାକୁ ସକ୍ଷମ ହୋଇଥିଲେ। ପରବର୍ତ୍ତୀ ସମୟରେ ସିନ୍ଧୁ ଗୋଟିଏ ପରେ ଗୋଟିଏ ପଏଣ୍ଟ ହାସଲ କରି ୨୧-୧୪ରେ ବିଜୟୀ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ