କନେଷ୍ଟବଲ ସମେତ ଦୁଇ ଗିରଫ, ଜାଲିନୋଟ ଜବତ
ଫୁଲବାଣୀ (ସୁନିଲ କୁମାର ବେହେରା): କନ୍ଧମାଳ ଫିରିଙ୍ଗିଆ ଥାନାର ପେଟ୍ରୋଲିଙ୍ଗ ସମୟରେ ଗୋଟିଏ ଟାଟା ସୁମୋ ଗୋଲର୍ଡ ନମ୍ବର ଓଆର୍୦୨ଏଟି ୯୩୬୯ ଯାଞ୍ଚ କଲା ସମୟରେ ଗଞ୍ଜେଇ ଭର୍ତ୍ତି ହୋଇଥିଲା । ଗାଡ଼ିକୁ ଜବତ କରବା ସହ ୩ ଜଣକୁ ଗିରଫ କରି ଫିରିଙ୍ଗିଆ ଥାନାକୁ ନିଆଯାଇଥିଲା । ସେଠାରେ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଖୋଳତାଡ଼ କରି ସେମାନଙ୍କ ଠାରୁ ଜାଲ ନୋଟ ଏକ ଲକ୍ଷ ତେର ହଜାର ଟଙ୍କା ଓ ୩୦କିଲୋ ଗଞ୍ଜେଇ ଜବତ କରିଥିଲେ । ଏହି ୩ ଜଣଙ୍କ ମଧ୍ୟରୁ କନେଷ୍ଟେବଲ ବସନ୍ତ ନାହାକ ବୟସ ୪୨, ମଧୁସୂଦନ ଦିଗାଲ, ବଳଭଦ୍ର ସାହାଣୀ ବୟସ ୩୦। ଏକ ମାମଲା ରୁଜ କରି କୋର୍ଟ ଚାଲାଣ କରିଛନ୍ତି। କେସ ନଂ- ୪୮/୨0 .U/S-489(A)/489(C)/34 IPC RW/SEC-20(b)(II)(C)/25/29NDPS Act.