ରୟାଲ୍ ଷ୍ଟାଗ୍ ବାରେଲ୍ ପକ୍ଷରୁ ଚଳଚ୍ଚିତ୍ର “ଆମ୍ମା ମେରୀ”ର ଶୁଭମୁକ୍ତି

(ଯୁଗାବ୍ଦ ନ୍ୟୁଜ) , ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ପକ୍ଷରୁ ନିର୍ଦ୍ଦେଶକ ତରୁଣ ଜୈନଙ୍କ ଦ୍ୱାରା ହୋଇଥିବା କ୍ଷୁଦ ଚଳଚ୍ଚିତ୍ର ‘ଆମ୍ମା ମେରୀ’ର ଶୁଭମୁକ୍ତି ସମ୍ପନ୍ନ ହେବ । ଏହି ଚଳଚ୍ଚିତ୍ରରେ ଅନୁରାଗ ଆରୋରା ମୁଖ୍ୟ ଭୂମିକାରେ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ରଘୁବୀର ମାନ୍ ଏବଂ ଦୀକ୍ଷା ଲାମ୍ବା ଅଭିନୟ କରିଛନ୍ତି । ଫିଲ୍ମରେ ଗାଁରେ ବାସ କରୁଥିବା ଜଣେ ପୁଅ କିଭଳି ମା’ଙ୍କ ମୃତ୍ୟୁ ପରେ ତାଙ୍କର ସ୍ଥାୟୀ ଜମା ପାଇବା ପାଇଁ ସଂଘର୍ଷ କରୁଛନ୍ତି ତାହା ଉପରେ ଦୃଶ୍ୟାଙ୍କନ କରାଯାଇଛି । ଏଥିରେ ପୁଅ ବଳରାମ ଭୂମିକାରେ ଅନୁରାଗ ଆରୋରା ଅଭିନୟ କରିଛନ୍ତି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ବେଶ୍ ଖ୍ୟାତି ହାସଲ କରିପାରିଛି ଏବଂ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିପାରିଛି । ଏହା ବଲିଉଡ୍ର ସୃଜନଶୀଳ ନିର୍ଦ୍ଦେଶକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ଭାରତରେ କ୍ଷୁଦ୍ର ଚଳଚ୍ଚିତ୍ରକୁ ବିଶେଷ ଲୋକପ୍ରିୟ କରାଇପାରିଛି । ଏହି ଅବସରରେ ପେରନର୍ଡ ରିକାର୍ଡ ଇଣ୍ଡିଆର ମୁଖ୍ୟ ମାର୍କେଟିଙ୍ଗ୍ ଅଫିସର କାର୍ତିକ ମହିନ୍ଦ୍ରା କହିଲେ, “ ରୟାଲ ଷ୍ଟାଗ୍ ବ୍ୟାରେଲ୍ ବିସ୍ତୁତ ବର୍ଗର କ୍ଷୁଦ୍ର ଚଳଚ୍ଚିତ୍ର ଚୟନ ଉପରେ ଗୁରୁତ୍ୱାରୋପ କରିଥିବାବେଳେ ଏହି ବର୍ଗରେ ସମ୍ବେଦନଶୀଳ ଫିଲ୍ମ ‘ଆମ୍ମା ମେରୀ’କୁ ସାମିଲ୍ କରାଯାଇଛି । ଏହା ଦ୍ୱାର ଫିଲ୍ମ କ୍ଷେତ୍ରରେ ସୃଜନଶୀଳତାର ବିକାଶ ହେବା ସହିତ ଉନ୍ନତ ମାନର ଫିଲ୍ମ ଲୋକଲୋଚନକୁ ଆସିପାରିବ । ଏହାଦ୍ୱାରା ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଏକ ସ୍ୱତନ୍ତ୍ର କ୍ଷେତ୍ର ପ୍ରସ୍ତୁତ ହେଇପାରିଛି । ନିର୍ଦ୍ଦେଶକ ତରୁଣ ଜୈନଙ୍କ ଦ୍ୱାରା ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ଆମ୍ମା ମେରୀ’ର ଶୁଭମୁକ୍ତି ସମ୍ପନ୍ନ ହେବ । ଏହି ଚଳଚ୍ଚିତ୍ରରେ ଅନୁରାଗ ଆରୋରା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।” ରୟାଲ ଷ୍ଟାଗ୍ ବ୍ୟାରେଲ୍ ‘ମେକ୍ ଇଟ୍ ପରଫେକ୍ଟ’ ଉପରେ ବିଶ୍ୱାସ କରିଥାଏ । ଏହା ବଲିଉଡ୍ର ସୃଜନଶୀଳ ନିର୍ଦ୍ଦେଶକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ବେଶ୍ ଖ୍ୟାତି ହାସଲ କରିପାରିଛି ଏବଂ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିପାରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ