ରଥଯାତ୍ରା ପ୍ରସାରଣ ପାଇଁ ସବୁ ବୈଦ୍ୟୁତିକ ଗଣମାଧ୍ୟମକୁ ଅନୁମତି
ନୂଆଦିଲ୍ଲୀ : ପୁରୀରେ ରଥଯାତ୍ରା ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କେତେକ କଟକଣା ସହ ଅନୁମତି ପରେ ଏହା ସିଧା ପ୍ରସାରଣ ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମକୁ ଅନୁମତି ମିଳିଛି। ସୁପ୍ରିମ କୋର୍ଟଙ୍କ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ରଥଯାତ୍ରାର ଲାଇଭ ଟେଲିକାଷ୍ଟ ବା ସିଧା ପ୍ରସାରଣ ପାଇଁ ଭିଜୁଆଲ ମିଡିଆ ବା ଦୃଶ୍ୟମାନ ମାଧ୍ୟମ ( ଟେଲିଭିଜନ)କୁ ଅନୁମତି ଦିଆଯିବ । ଏହା ସହିତ ଟିଭି କ୍ୟାମେରା ଲଗାଯିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବେ । କୋର୍ଟଙ୍କ ଏହି ନିର୍ଦ୍ଦେଶ ଫଳରେ କେବଳ ସରକାରୀ ଚ୍ୟାନେଲ ଦୂରଦର୍ଶନ ନୁହେଁ, ଘରୋଇ ଟିଭି ଚ୍ୟାନେଲ ମାନଙ୍କ ପାଇଁ ମଧ୍ୟ ବାଟ ଫିଟିଯାଇଛି । ପୂର୍ବରୁ ସ୍ନାନ ଯାତ୍ରା ସମୟରେ କେବଳ ଦୂରଦର୍ଶନ ଦ୍ୱାରା ଲାଇଭ କରାଯାଇ ତାହାର ଫିଡ ସବୁ ଚ୍ୟାନେଲଙ୍କୁ ଦିଆଯାଇଥିଲା । କିନ୍ତୁ ଏଥର ସମସ୍ତଙ୍କୁ ଅନୁମତି ମିଳିବା ଆଶା କରାଯାଉଛି ।