ଆଉ ୩ ଲକ୍ଷ ୮୪ ହଜାର ନୂଆ ହିତାଧିକାରୀ ପାଇବେ ରାସନ

ଭୁବନେଶ୍ୱର: କରୋନା ସମୟରେ ଖାଦ୍ୟ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଇ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୩ ହଜାର ୮୪୭ ଟି ନୂତନ ପରିବାରର ୩ ଲକ୍ଷ ୮୪ ହଜାର ୯୫୯ ଜଣଙ୍କୁ ସାମିଲ କରାଯାଇଛି । ଏହା ସହିତ ମୋଟ ୧୧ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀଙ୍କୁ ରାସନ ପ୍ରଦାନ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସମୀକ୍ଷା ବୈଠକରୁ ଜଣାପଡ଼ିଛି, କୋଭିଡ ପରିସ୍ଥିତିରେ ହିତାଧିକାରୀଙ୍କୁ ୩ ମାସର ଏକ କାଳୀନ ଆଗୁଆ ରାସନ ପ୍ରଦାନ କରିବା କାର୍ଯ୍ୟ ଶେଷ ହୋଇଛି । ଏହି ବାବଦରେ ୯୨ ଲକ୍ଷ ୯୬ ହଜାର ୩୨୩ ଜଣ କାର୍ଡଧାରୀ ପରିବାରକୁ ମୋଟ ୫.୬୪ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ବଣ୍ଟନ କରାଯାଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ