ଅଟୋ ସହ ୮୭ କେଜି ଗଞ୍ଜେଇ ଜବତ

ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ପୁଲିସ କରୋନାକୁ ନେଇ ଲକଡାଉନ୍‌ରେ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ଅଟୋ ପୁଲିସ ଗାଡିକ ଦେଖି ଅଟୋ ରଖି ଦୌଡି ପଳାଇଛନ୍ତି । ଅଟୋଟି ରାସ୍ତାରେ ଛିଡା ହୋଇଥିବ ଯୋଗୁଁ ପୁଲିସ ଘଟଣାସ୍ଥଳକୁ ଯାଇ ଦେଖିବା ବେଳେ ଉକ୍ତ ଅଟୋ ନଂ ଓଡି ୦୭ ଏ ଏଫ୍ ୦୬୭୨ ଗାଡି ଯାଂଚ କରିବା ସମୟରେ ଗାଡିରୁ ୮୭କେଜି ଗଞ୍ଜେଇ ଥିବା ଜଣାପଡିଛି । ଅଭିଯୁକ୍ତମାନେ କେଉଁଆଡେ ଚମ୍ପଟ ମାରିଦେଇଛନ୍ତି ତାହା ତଦନ୍ତ କରି ଧରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ରାଇସିଂ ନିକଟରେ ପେଟ୍ରୋଲିଂ ଚାଲିଥିବା ବେଳେ ଅଡବା ପଟୁ ଏହି ଅଟୋଟି ଦୃତ ଗତିରେ ଆସି ପୁଲିସ ଭେନକୁ ଦେଖି ଅଟୋ ରଖି ଦଉଡି ପଳାଇଥିଲେ । ଏ ନେଇ ମୋହନା ଥାନା କେସ ନଂ ୯୯/୨୦ରେ ମାମଲା ରୁଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ