ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ମୃତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରବିବାର ୩ ଜଣଙ୍କର ମୃତ ହୋଇଛି । ଜଗଦଲପୁରରେ ଜଣେ ଘରେ ଫ୍ୟାନ ଲଗାଉଥିବା ସମୟରେ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁର ଅଳକାପୁରୀସ୍ଥିତ ୬ ନମ୍ବର ଲେନରେ ଘର ମାଲିକ ସମେତ ଜଣେ ମିସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଅଳକାପୁରୀରେ ନୂଆ ଘର ନିର୍ମାଣ କରୁଥିବା ମାଲିକ ତଥା ସାଉଥକୋ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ବେହେରା ଛାତ ଉପରୁ ସେଣ୍ଟ୍ରି କରାଯାଉଥିଲା । ଛାତ ଉପରେ ମିସ୍ତ୍ରୀଙ୍କ ସହ ୪ ଜଣ ମିଶି କାମ କରୁଥିଲେ । ଏହି ସମୟରେ ଘର ଛାତ ପାଶ୍ୱର୍ ଦେଇ ଲମ୍ପିଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ମିସ୍ତ୍ରୀ ଅରୁଣ କୁମାର ସାବତ ଗୁରୁତର ଆହାତ ହୋଇଥିଲେ । ଏପଟେ ତାର ଉପରେ ଝୁଲି ରହିଥିବା ରଡକୁ ଝାଡୁ ମାଧ୍ୟରେ ବାହାର କରିବାକୁ ଯାଇଥିଲେ ଓ ସେ ମଧ୍ୟ ତାର ସଂସ୍ପର୍ଶରେ ଆସିଥିଲେ । ମିସ୍ତ୍ରୀଙ୍କର ଉପର ମହଲାରୁ ତଳ ମହଲାକୁ ଉପର ମହଲାକୁ ଆଣିବା ବେଳେ ମୃତ୍ୟୁ ହୋଇଥିବାବେଳେ ବଡ ମେଡିକାଲରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଜଗଦଲପୁରର କାଳିଆ ସେଠୀ ବିଦ୍ୟୁତ୍ ଫେନ୍ ଆଘାତରେ ଗୁରୁତର ଆହାତ ହୋଇ ଚିକିସ୍ରା ପରେ ମେଡିକାଲରେ ତାଙ୍କର ମୃତ ହୋଇଥିଲା । ୩ ଜଣଙ୍କ ମୃତ ଦେହ ପୋଲିସ ଜବତ କରି ସଦର ଥାନା ପୋଲିସ ମେଡିକାଲକୁ ପଠାଇ ବ୍ୟେବଚ୍ଛେଦ କରାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ