ହର ହର ଧ୍ୱନୀ ରେ ପ୍ରକମ୍ପିତ ହେଲା ଶୈବପୀଠ
(ଯୁଗ।ବ୍ଦ ନ୍ୟୁଜ)ଆଜି ହେଉଛି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମାବାର ।ଏଥିପାଇଁ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ପଡ଼ିଛି। ମହାଦେବଙ୍କ ନିକଟରେ ଜଳଲାଗି କରି ମନୋସ୍କାମନା ପୂରଣ କରିବା ପାଇଁ ଆଜି ସକାଳେ ରାଜ୍ୟର ପ୍ରାୟ ସମସ୍ତ ଶୈବପୀଠ ଗୁଡ଼ିକରେ କାଉଡ଼ିଆଙ୍କ ଭିଡ଼ ଲାଗିଥିଲା। ଆଜି ଶ୍ରାବଣର ପ୍ରଥମ ସୋମବାରରେ କାଉଡ଼ିଆ ମାନେ ବିଭିନ୍ନ ଶିବାଳୟକୁ ଯାଇ ସେଠାରେ ପ୍ରଭୁଙ୍କୁ ଜଳାଭିଷେକ କରୁଛନ୍ତି। ଓଡ଼ିଶାର ପ୍ରମୁଖ ଶିବାଳୟ ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ , କଟକ ଜିଲାର ଧବଳେଶ୍ୱର, ଢେଙ୍କାନାଳ ଜିଲାର କପିଳାସ, ସମ୍ବଲପୁର ଜିଲାର ଧମାସ୍ଥିତ ବିମଳେଶ୍ୱର ମନ୍ଦିର ଆଦି ବିଭିନ୍ନ ଶିବାଳୟରେ ଭକ୍ତ ଓ କାଉଡ଼ିଆଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି।