ବାହାନା ନାଳ ମରାମତି ପାଇଁ ବିଧାୟକକୁ ଭେଟିଲେ ଆଙ୍କୁଲି ଗ୍ରାମ ଚାଷୀ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନରାକୟ): ଆଙ୍କୁଲି ଗ୍ରାମର ଚାଷୀ ମାନେ ମାନ୍ୟବର ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଭେଟି ବାହାନା ନାଳର ମରାମତି ପାଇଁ ନିବେଦନ କରିଛନ୍ତି । ଗତବର୍ଷ ବର୍ଷା ଦିନରେ ବାହାନା ନାଳ ଭାଙ୍ଗି ଯାଇଥିବା ଯୋଗୁଁ ସେମାନଙ୍କ ଫସଲ ସବୁ ନଷ୍ଟ ହେଇଯାଇଥିଲା | ଉକ୍ତ ନାଳ ବର୍ତମାନ ସୁଦ୍ଧା ମରାମତି ହୋଇନାହିଁ | ପଣାବନ୍ଧ ଚେକଡେମ, ଡୁରା ଓ ଗୋଉଞ୍ଜ ନିକଟ ବାହାନା ନାଳ କ୍ଷତି ଗ୍ରସ୍ତ ହୋଇଛି |ବର୍ତ୍ତମାନ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଚାଷ କାର୍ଯ୍ୟ ମଧ୍ୟ ଆରମ୍ଭ ହେଇଛି | ଗତବର୍ଷର ପୁନରୁବୃତ୍ତି ହେଲେ ସମସ୍ଥ ଚାଷୀ ମାନେ ପୁଣିଥରେ କ୍ଷତିଗ୍ରସ୍ତ ହେବେ ସେଥିପାଇଁ ଭାଙ୍ଗିଯାଇଥିବା ନାଳ ଓ ପଣାବନ୍ଧ ଚେକଡେମ ପାଇଁ ତୁରନ୍ତ ପଦକ୍ଷେପ ନେଇ ମରାମତି କରିବା ପାଇଁ ସେମାନେ ବିଧାୟକଙ୍କ ଆଗରେ ନିବେଦନ କରିଥିଲେ |ବିଧାୟକ ମଧ୍ୟ ସେମାନଙ୍କ ସମସ୍ୟା ସମାଧାନ କରିବାପାଇଁ ଉକ୍ତ ବିଭାଗର ଅଫିସର ମାନଙ୍କୁ ସାଙ୍ଗରେ ନେଇ ଉକ୍ତ ସ୍ଥାନକୁ ଯିବେ ବୋଲି ପ୍ରତିଶୃତି ଦେଇଥିଲେ | ସେହି ପ୍ରତିଶୃତିକୁ ପାଳନ କରି ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ଉକ୍ତ ବିଭାଗ ର ଅଫିସର ମାନଙ୍କୁ ସେହି ଅଞ୍ଚଳକୁ ନେଇ ସମସ୍ତ ସମସ୍ୟା ଉପରେ ଆଲୋଚନା କରି ଯଥାଶୀଘ୍ର ସମସ୍ତ କାମ ସାରିବାପାଇଁ ଆଦେଶ ଦେଇଥିଲେ | ବିଧାୟକ ତାଙ୍କର ପ୍ରତିଶୃତି ରକ୍ଷା କରିଥିବାରୁ ସମସ୍ତ ଗ୍ରାମବାସୀ ବିଧାୟକଙ୍କୁ ଧନ୍ୟବାଦ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ