ବିଶ୍ୱ ପରିବେଶ ଦିବସ ୨୦୨୦

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଜଙ୍ଗଲ ଓ ପରିବେଶ ବିଭାଗ ରାଜ୍ୟ ସରକାର ଓଡିଶା ବିଶ୍ୱ ପରିବେଶ ଦିବସ ୨୦୨୦ ଉପଲକ୍ଷେ ଭଞ୍ଜନଗର ସବଡ଼ିଭିଜନ, ଭଞ୍ଜନଗର ଗଞ୍ଜାମର ବୃକ୍ଷ ରୋପଣ ନିମନ୍ତେ ଵେଷ୍ଟ ଶିକ୍ଷା ଅନୁଷ୍ଠାନ ରୂପେ ଧରଣୀ ଧର ଉଚ୍ଚ ବିଦ୍ୟାଳୟ, ବରଗାଁ, ଗଞ୍ଜାମକୁ ୧୦, ୦୦୦ଟଙ୍କା ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରିଛନ୍ତି ଏହି ପୁରସ୍କାର ଧରଣୀ ଧର ଉଚ୍ଚ ବିଦ୍ୟାଳୟର କିରାଣୀ ଶ୍ରୀଯୁକ୍ତ ବିଦେଶୀ ସାହୁଙ୍କୁ ଜଗନ୍ନାଥପ୍ରସାଦ ଫରେଷ୍ଟ ଶ୍ରୀମତୀ ସୁକାନ୍ତି ସାବତଙ୍କ ଉପସ୍ତିତିରେ ବେଲଗୁଣ୍ଠା ଫରେଷ୍ଟ ଶ୍ରୀମତୀ ସୁରଭି ତ୍ରିପାଠୀ ତନରଡା ତୋଟା ପଡିଆରେ ପ୍ରଦାନ କରିଛନ୍ତି. ଧରଣୀ ଧର ଉଚ୍ଚ ବିଦ୍ୟାଳୟ ତରଫରୁ ରାଜ୍ୟ ସରକାରଙ୍କୁ ସେଥିପାଇଁ କୃତଜ୍ଞତା ଜଣାଇ ଛନ୍ତି, ଧରଣୀ ଧର ଉଚ୍ଚ ବିଦ୍ୟାଳୟ, ବରଗାଁର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଦାର ନାଥ ସାମଲ, ବରଗାଁ, ସାଂସଦ ପ୍ରତି ନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ, ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟାକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ବାରିକ, ବରଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଉମା ଶଙ୍କର ବାରିକ ସମେତ ବରଗାଁ ଗ୍ରାମ ବାସି ଶ୍ରୀଯୁକ୍ତ ଦୟାନିଧି ଗୌଡ଼ ଧରଣୀ ଧର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ର, ଛାତ୍ରୀ ଏହି ପୁରସ୍କାର ପାଇଁ ଖୁସି ହୋଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ