ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମାନନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ୬ ଦଫା ଦାବି ପୂରଣ କରିବା ପାଇଁ ରାଜଧାନୀ ଶାଖାର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ଜେନା, ସମ୍ପାଦକ କାହ୍ନୁଚରଣ ମଲ୍ଲିକ, ଉପଦେଷ୍ଟା କ୍ଷେତ୍ରମୋହନ ଦାସ, ଲକ୍ଷ୍ମୀଧର ପଣ୍ଡା, ସରୋଜ କୁମାର ନାୟକ, ବିଜୟ କୁମାର ନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମିଥୁନ କୁମାର ମଲ୍ଲିକ, ସନ୍ତୋଷ କୁମାର ମଣ୍ଡଳ, ଦୁର୍ଗାପ୍ରସାଦ ମହାରଣା, ସତ୍ୟବ୍ରତ ସେଠୀ, ମନୋଜ କୁମାର ମଲ୍ଲିକ, ସତ୍ୟନାରାୟଣ ମିଶ୍ର ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ । ଦାବିଗୁଡ଼ିକ ହେଲା (୧) ସଂଶୋଧିତ ବର୍ଦ୍ଧିତ ଘରଭଡ଼ା ଭତ୍ତା (୨) ବର୍ଦ୍ଧିତ ଦରମାର ବାକିଥିବା ୬୦% ଦରମାକୁ ତୁରନ୍ତ ପ୍ରଦାନ (୩) ରାଜ୍ୟ ସରକାରଙ୍କର ସ୍ଥିରୀକୃତ ନୀତି ଅନୁଯାୟୀ ଛଟେଇ ଓ ଆଉଟ୍ ସୋର୍ସିଂ ଓ ଡ଼ାଟା ଏଣ୍ଟ୍ରି କର୍ମଚାରୀମାନଙ୍କୁ ସ୍ଥାୟୀ କରିବା (୪) ରାଜ୍ୟ ସରକାରଙ୍କ ଆଦେଶ ଅନୁଯାୟୀ କଣ୍ଟ୍ରାକ୍ଚୁଆଲ ଭାବେ ନିଯୁକ୍ତି ପାଇଥିବା କର୍ମ•ରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା (୫) ରାଜ୍ୟର ବିଭିନ୍ନ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ବର୍ଷାଧିକ କାଳ ଖାଲି ପଦବୀ ପୂରଣ କରିବା ଓ (୬) ପରିବର୍ତ୍ତିତ ସ୍ଥିତିକୁ ବିଚାର କରି ସ୍ୱଦେୟ ପେନ୍ସନ ବଦଳରେ ସ୍ଥିରୀକୃତ ପେନସନ ବ୍ୟବସ୍ଥା ଲାଗୁ କରିବା । ଆମ୍ଭର ଆଶା ଓ ବିଶ୍ୱାସ ରାଜ୍ୟ ସରକାରୀ କର୍ମଚାରୀ ଓ ଶିକ୍ଷକମାନଙ୍କ ଅନ୍ତରର ବେଦନାକୁ ହୃଦୟଙ୍ଗ କରି ଏ ସମସ୍ତ ଦାବିକୁ ପୂରଣ କରିବା ପାଇଁ ବିନମ୍ର ନିବଦେନ କରାଯାଇଅଛି । ଯଦି ଏହାକୁ ସେପ୍ଟେମ୍ବର ସୁଦ୍ଧା ବିଚାର କରାନଯାଏ ତେବେ ଆଗକୁ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ତରଫରୁ ବିରାଟ ଆନ୍ଦୋଳନର ଡ଼ାକରା ଦିଆଯିବା ପାଇଁ ସ୍ଥିରୀକୃତ କରାଯାଇଅଛି ।


